Advertisment

ଖାଉଟିଙ୍କୁ ମହଙ୍ଗା ମାଡ଼, ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୮୫ ପଇସା ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ଟଙ୍କା ୭୪ ପଇସା ଓ ଡିଜେଲ୍ ୯୫.୧୩ ଟଙ୍କା ୫୪ ପଇସାରେ ପହଞ୍ଚିଛି । ପ୍ରାୟ ସାଢ଼େ ୪ ମାସ ପରେ ଦୈନିକ ଦରବୃଦ୍ଧି ମେକାନିଜିମ୍ ଆରମ୍ଭ କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନି । ଏହାକୁ ମିଶାଇ ଗଲା ୪ ଦିନ ଭିତରେ ୩.୫୦ପଇସା ବୃଦ୍ଧି ପାଇଛି।

Advertisment

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମି ୧୫ରୁ ୨୦ ଦିନ ଯାଏଁ ଏଭଳି ତୈଳ ଦର ଲଗାତାର ବଢ଼ିବ ବୋଲି ରାଜ୍ୟ ପେଟ୍ରୋଲିୟମ ଡିଲର ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।

ସେହିପରି ଦିଲ୍ଲୀରେ ଡିଜେଲ୍‌ ଲିଟର ପିଛା ୮୯ଟଙ୍କା ୮୭ ପଇସା ଏବଂ ପେଟ୍ରୋଲ୍‌ ଲିଟର୍‌ ପିଛା ୯୮ଟଙ୍କା ୬୧ ପଇସାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୭ଟଙ୍କା ୫୫ପଇସା ରହିଛି।

Advertisment

ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର, ବୁଧବାର ଏବଂ ଶୁକ୍ରବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ପ୍ରତି ଥର ଲିଟର୍‌ ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳ ଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

Petrol Diesel Prices Hiked
Advertisment
Advertisment