/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648298430.jpg)
UP cm yogi holds 1st meeting of council of ministers
ଲକ୍ଷ୍ନୌ: ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି। ପୂର୍ବରୁ ଏହି ଯୋଜନା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା। କିନ୍ତୁ ୟୁପିର ଯୋଗୀ ଆଦିତ୍ୟନାଥ କ୍ୟାବିନେଟର ପ୍ରଥମ ବୈଠକରେ ଏହି ଯୋଜନାକୁ ଆଉ ୩ ମାସ ପାଇଁ ବଢେଇ ଦେବାର ମୋହର ବାଜିଛି।
ୟୁପି ସରକାରର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଆଲୋଚନା କରି କହିଛନ୍ତି ଯେ ଆମେ ଦୀନ ଦରିଦ୍ରମାନଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଛୁ, ଏନେଇ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ ସୁବିଧା କରିଛୁ। ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରର ନୀତିକୁ ପ୍ରତି ଜନତାଙ୍କ ପାଖରେ ପହଞ୍ଚେଇବାର ଅଛି। ପ୍ରକାଶଥାଉ ଯେ ପୂର୍ବ ସରକାରରେ ବ୍ରଜେଶ ପାଠକ ଆଇନ ମନ୍ତ୍ରୀ ଥିବା ବେଳେ ଏଥର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି।
ତେବେ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବାର ଆଶା କରାଯାଉଛି। କ୍ୟାବିନେଟ ବୈଠକ ପରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଗାମୀ କାର୍ଯ୍ୟଯୋଜନାକୁ ନେଇ ଚର୍ଚ୍ଚା କରିବେ। ଏନେଇ ୟୁପି ସରକାରର ଏହି ବୈଠକକୁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାଜ୍ୟରେ ବିଜେପି ସରକାର ହୋଇଯାଇଛି ଏବଂ ନିର୍ବାଚନ ସମୟରେ ଦଳ ଲୋକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ଆଖିରେ ରଖି ଯୋଗୀ ସରକାର ନିଜ ତରଫରୁ ଜନତାଙ୍କୁ ପ୍ରଥମ ଉପହାର ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)