/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648304467.jpg)
Center may allow covid vaccine booster shot for people travelling abroad
ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ୱର କେତେକ ଦେଶରେ କରୋନା ମହାମାରୀ ବଢୁଥିବା ବେଳେ ଭାରତ ସରକାର ଶିକ୍ଷା ତଥା ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବିଦେଶ ଯାତ୍ରା କରୁଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଚିନ୍ତା କରୁଛନ୍ତି। ଏହି ସୂଚନା ସରକାରୀ ସୂତ୍ରରୁ ଜଣାପଡିଛି।
ତେବେ ଟିକାକରଣ ପାଇଁ ଏହିପରି ଲୋକ ଦେୟ ଦେବା ଉଚିତ କି ନାହିଁ ଏବଂ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଡୋଜ୍ ଉପଲବ୍ଧ କରାଯିବା ଉଚିତ କି ନାହିଁ ସରକାର ବିଚାର କରୁଛନ୍ତି।
ଏହି ନିଷ୍ପତ୍ତି ମଧ୍ୟ ଏନେଇ ଗୁରୁତ୍ୱପୂର୍ଣ୍ଣ ଯେ ରବିବାର ଠାରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତଥାପି, ଅନେକ ଦେଶ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି ଯେଉଁମାନେ କୋଭିଡ୍ ଟିକାକରଣର ବୁଷ୍ଟର୍ ଡୋଜ୍ ପାଇନାହାଁନ୍ତି।
ବିଭିନ୍ନ କାରଣରୁ ବିଦେଶ ଭ୍ରମଣ କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏହି ପ୍ରସ୍ତାବିତ ନିଷ୍ପତ୍ତି ବହୁତ ସାହାଯ୍ୟ କରିବ। ଏହି ପରିପ୍ରେକ୍ଷୀରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଷ୍ଟର୍ ସଟ୍ ପାଇଁ ଅନୁମତି ମାଗୁଥିବା ଲୋକଙ୍କଠାରୁ ଅନେକ ଆବେଦନ ଗ୍ରହଣ କରିଛି। ଏନେଇ ସରକାର ଏହା ଉପରେ ଚିନ୍ତା କରିବାକୁ ବାଧ୍ୟ ହୋଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଯେଉଁମାନେ ଚାକିରି ପାଇଁ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ବିଦେଶୀ ଶିକ୍ଷାନୁଷ୍ଠାନରେ ଆଡମିଶନ ନେବାକୁ ଚାହୁଁଛନ୍ତି, କ୍ରୀଡା ଟୁର୍ନାମେଣ୍ଟ୍, ଦ୍ୱିପାକ୍ଷିକ, ବହୁପକ୍ଷୀୟ ସଭାରେ ଯୋଗଦେବାକୁ ଚାହୁଁଛନ୍ତି, ବ୍ୟବସାୟ ସହିତ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସକ୍ରିୟ ରୂପରେ ସେମାନଙ୍କୁ କରୋନା ଟିକାର ବୁଷ୍ଟର୍ ଡୋଜ୍ ଦେବାକୁ ଅନୁମତି ପାଇଁ ବିଚାର କରୁଛି।
ଏହା ପୂର୍ବରୁ କଳ୍ପନା କରାଯାଉଥିଲା ଯେ ସରକାର ସମସ୍ତ ବୟସ୍କଙ୍କୁ କୋଭିଡ୍ -୧୯ ଟିକାକରଣର ଏକ ବୁଷ୍ଟର ଡୋଜ୍ ଦେବା ପାଇଁ ବିଚାର କରିପାରନ୍ତି। ଅବଶ୍ୟ, ଅଦ୍ୟାବଧି କେବଳ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟ୍ ଲାଇନ୍ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବ୍ୟକ୍ତି ଏହି ଟିକାକରଣର ଏକ ଡୋଜ୍ ପାଇଁ ଯୋଗ୍ୟ ଅଟନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)