• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଧାରଣତଃ ଧନ ସମ୍ପତ୍ତିର ଭାଗବାଣ୍ଟ କରାଯାଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ସ୍ୱାମୀକୁ ଭାଗବାଣ୍ଟ କରିବା ? ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ କଥାଟି ଏକ୍‌ଦମ୍‌ ସତ । ବିହାରରେ ଜଣେ ସ୍ୱାମୀକୁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବଣ୍ଟା ହୋଇଥିବାର ନିଆରା ଘଟଣା ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି କୌଣସି ପଞ୍ଚାୟତ କିମ୍ୱା ନିଜସ୍ୱ ମଧ୍ୟରେ କରାଯାଇନାହିଁ । ବରଂ ପରିବାର ପରାମର୍ଶ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।

ଜଣେ ସ୍ୱାମୀ ମାସର ୧୫ ଦିନ ପ୍ରଥମ ପତ୍ନୀଙ୍କ ପାଖରେ ଏବଂ ଅବଶେଷ ୧୫ ଦିନ ଦ୍ୱିତୀୟ ପତ୍ନୀଙ୍କ ସହ ରହିବା ପାଇଁ ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଧରିଛି । ଗୋଟିଏ ସ୍ୱାମୀକୁ ୨ ସ୍ତ୍ରୀ ମଧ୍ୟରେ ବାଣ୍ଟିବା ଘଟଣା ସାଧାରଣତଃ ଆପଣମାନେ ଚଳଚିତ୍ରରେ ହିଁ ଦେଖିଥିବେ । ହେଲେ ଏଠାରେ ତାହା ସତରେ ପରିଣତ ହୋଇଛି ।

ସୂଚନା ଅନୁସାରେ, ବିହାରର ପୂର୍ଣ୍ଣିଆ ଅଞ୍ଚଳରେ ପରିବାର ବିବାଦର ସମାଧାନ କରିବା ପାଇଁ ନିୟୋଜିତ ଥିବା ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ଗୋଟିଏ ସ୍ୱାମୀକୁ ଦୁଇଟି ସ୍ତ୍ରୀ ମଧ୍ୟରେ ବାଣ୍ଟିବାର ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ଏବେ ସ୍ୱାମୀ ତାର ଦୁଇଟି ସ୍ତ୍ରୀଙ୍କ ସହ ମାସର ୧୫-୧୫ ଦିନ ରହିବେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିହାର ଭବାନୀପୁର ଥାନା ନିକଟସ୍ଥ ଗୋଡିଆରୀ ଅଞ୍ଚଳରେ ରହୁଥିବା ଏକ ମହିଳା ନିଜ ସ୍ୱାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର ୬ଟି ସନ୍ତାନ ରହିଛି । ଯାହା ପରେ ବି ସେ ଦ୍ୱିତୀୟ ବିବାହ କରିବା ଅଭିଯୋଗ କରିଥିଲେ । ଏହାସହ ମହିଳା ଜଣକ କହିଥିଲେ ଯେ,ତାଙ୍କ ସ୍ୱାମୀ ତାଙ୍କ ସହ ରହିବାକୁ ଚାହୁଁ ନାହାଁନ୍ତି ।

ପରିବାର ପରାମର୍ଶ କେନ୍ଦ୍ରର ସଦସ୍ୟ ଦିଲ୍ଲୀପ୍‌ କୁମାର ଦୀପକ କହିଛନ୍ତି ଯେ, ଏହି ମାମଲା ବିଷୟରେ ଅବଗତ ହେବା ପରେ ସେ କେଉଁ ନିଷ୍ପତ୍ତି ନେବେ ବୋଲି ଦ୍ୱନ୍ଦରେ ପଡିଯାଇଥିଲେ । ହେଲେ ଉଭୟ ପକ୍ଷଙ୍କ ଠାରୁ ମତାମତ ନେବା ପରେ ସେ ନିଷ୍ପତ୍ତି ନେଲେ ଯେ, ସ୍ୱାମୀ ତାଙ୍କ ଦୁଇଟି ସ୍ତ୍ରୀଙ୍କ ସହ ରହିବେ । ଏହାସହ ସେ ଉଭୟଙ୍କ ଭରଣପୋଷଣ ମଧ୍ୟ କରିବେ । ଏହାସହ ଦୁଇଜଣ ସ୍ତ୍ରୀଙ୍କୁ ଅଲଗା ଅଲଗା ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଯାହାପରେ ମାସର ୧୫ ପ୍ରଥମ ସ୍ତ୍ରୀ ଓ ନ୍ୟ ୧୫ ଦିନ ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହିବାର ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଖୁସି ଖୁସିରେ ଏହି ନିଷ୍ପତ୍ତିକୁ ଖୁସି ଖୁସିରେ ସ୍ୱୀକାର କରିଛନ୍ତି ।