Advertisment

ଯୋଗୀ ସରକାର ମନ୍ତ୍ରୀଙ୍କୁ ମିଳିବ ଦାୟିତ୍ୱ; ଜାଣନ୍ତୁ କାହା ହାତରେ ପଡିପାରେ କେଉଁ ବିଭାଗ

ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।

author-image
Pramod Behera
Ministers of yogi government will soon get the department

Ministers of yogi government will soon get the department

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ପୁଣି ଥରେ ୟୁପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ୫୨ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ତାଙ୍କର ପୂର୍ବ ପଦବୀ ଲୋକ ନିର୍ମାଣ ବିଭାଗ ଦିଆଯିବ। ସେହିପରି ବ୍ରଜେଶ ପାଠକଙ୍କୁ ନଗର ବିକାଶ ମନ୍ତ୍ରୀ କରାଯାଉଥିବା ବେଳେ ସ୍ୱତନ୍ତ୍ର ଦେବଙ୍କୁ ଜଳ ଶକ୍ତି ମନ୍ତ୍ରୀ କରାଯିବା ଯୋଜନା ରହିଛି। ଏହାବ୍ୟତୀତ ପୂର୍ବତନ ଆଇଏଏସ୍ ଅରବିନ୍ଦ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦିଆଯାଉଥିବା ବେଳେ ବେବୀରାନୀ ମୌର୍ଯ୍ୟଙ୍କୁ ଶିକ୍ଷା ବିଭାଗର ଦାୟିତ୍ୱ ଦିଆଯିବ।

Advertisment

ସୁରେଶ ଖାନ୍ନାଙ୍କୁ ଅର୍ଥ ଓ ସଂସଦୀୟ କାର୍ଯ୍ୟ, ସୂର୍ଯ୍ୟ ପ୍ରସାଦ ଶାହୀଙ୍କୁ କୃଷି ବିକାଶ, ଧର୍ମପାଲ ସିଂହଙ୍କୁ ଗ୍ରାମ୍ୟ ବିକାଶ, ଭୂପେନ୍ଦ୍ର ଚୌଧୁରୀଙ୍କୁ ପଞ୍ଚାୟତୀ ରାଜ ବିଭାଗ ମିଳିବାର ସମ୍ଭାବନା ରହିଛି। ସେହିପରି ଲକ୍ଷ୍ମୀ ନାରାୟଣ ଚୌଧୁରୀ ପୁଣି ଥରେ ଦୁଗ୍ଧ ବିକାଶ ଓ ପଶୁପାଳନ ଦାୟିତ୍ୱ ନେବେ, ଅପନା ଦଳ(ଏସ୍) କୋଟେସେ ମନ୍ତ୍ରୀ ହୋଇଥିବା ଆଶୀଷ ପଟେଲଙ୍କୁ ପ୍ରାବଧିକ ଶିକ୍ଷାର ଦାୟିତ୍ୱ ମିଳିବାର ସମ୍ଭାବନା ରହିଥିବା ବେଳେ ଜିତିନ୍ ପ୍ରସାଦଙ୍କୁ ବୈଷୟିକ ଶିକ୍ଷା ମିଳିପାରେ। କୁହାଯାଉଛି ଯେ ଗୃହ ଓ ଔଦ୍ୟୌଗିକ ବିକାଶ ସମେତ ୧୨ରୁ ଅଧିକ ବିଭାଗ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପାଖରେ ରଖି ପାରନ୍ତି।

ଏହା ପୂର୍ବରୁ ଶୁକ୍ରବାର ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ରାଜଧାନୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ଇକାନା ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରିବା ସହିତ ଗୋପନୀୟତାର ଶପଥ ପାଠ କରେଇଛନ୍ତି।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟପାଳ ୨ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରଣାରେ ନିଯୁକ୍ତି ପାଇଥିବା ୧୬ କ୍ୟାବିନେଟ୍ ମନ୍ତ୍ରୀ, ୧୪ ରାଜ୍ୟ ମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ଓ ୨୦ ରାଜ୍ୟ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

India News Uttar Pradesh
Advertisment
Advertisment