Advertisment

ଘରେ ରଖନ୍ତୁ ନାହିଁ ଏହି ପାଞ୍ଚଟି ବସ୍ତୁ, ହୋଇପାରେ ଅଶୁଭ

ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ ।

author-image
Pallipuspa Samal
ଅଦ୍ୟତନ ହୋଇଛି
vastu and negative energy

vastu and negative energy

ପ୍ରତେକ ବାସ୍ତୁ ନିୟମରେ କିଛିନାକିଛି ରହସ୍ୟ ରହିଥାଏ । ବସ୍ତୁକୁ ନେଇ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ନିଜର ପ୍ରଭାବ ପକାଇଥାନ୍ତି ।

Advertisment

ଆସନ୍ତୁ ଜାଣିବା ସେଗୁଡିକ କଣ...

  • ଆପଣ ଯଦି ଦେଖୁଛନ୍ତି ପୂଜା ଘରେ ଦେବଦେବୀ ସାମ୍ନା ସାମ୍ନି ସ୍ଥାପନ ହୋଇଛନ୍ତି ତେବେ ତାହାକୁ ତୁରନ୍ତ କାଢି ଦିଅନ୍ତୁ l କାରଣ ଏହିଭଳି ସ୍ଥାପନ କରିବା ଦ୍ୱାରା ଘରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ ।
  • ଠାକୁର ଘରେ କିମ୍ବା ଘରର କୌଣସି ସ୍ଥାନରେ କୌଣସି ପ୍ରକାରର ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ । ଯଦି କୌଣସି ଖଣ୍ଡିତ ମୂର୍ତି ଘରେ ରହିଛି ତେବେ ତାହାକୁ ତୁରନ୍ତ ବାହାର କରିଦେବା ଆବଶ୍ୟକ ।
  • ଅଧିକାଂଶ ସମୟ ଆମେ ଦେଖିଥାଉ ଗାମୁଛା ଓ ଶାଢ଼ୀ କାନି ଛିଡି ଯିବାର ,ଯଦି ଏପରି କିଛି ଲକ୍ଷ କରୁଛନ୍ତି ତେବେ ତାହାକୁ ତୁରନ୍ତ ତ୍ୟାଗ କରନ୍ତୁ l କାରଣ ଏଭଳି ବସ୍ତ୍ର ବାସ୍ତୁ ଦୃଷ୍ଟିରୁ ଅଶୁଭ ଅଟେ l ମହିଳାଙ୍କ ଶାଢ଼ୀ କାନିରେ ଲକ୍ଷ୍ମୀ ବାସ କରନ୍ତି ।
  • ଆମେ ସାଧାରଣତଃ ଦେଖିଥାଉ ଘରେ ବେଳେବେଳେ ଭଙ୍ଗା କାଚ ବାସନ କିମ୍ବା ଫଟା କାଚ ବାସନା ଦୀର୍ଘ ଦିନ ଧରି ରହିଥାଏ।
  • ଯଦି ଏପରି ବାସନ ଘରେ ରୁହେ ତେବେ ଦରିଦ୍ରତା ଲାଗି ରୁହେ l ଏହାକୁ ବସ୍ତୁ ଦୃଷ୍ଟିରୁ ବ୍ୟବହାର କରିବା ଉଚିତ ନୁହେଁ ।
  • ଘରେ କେବେବି ବନ୍ଦ ହୋଇଥିବା ଘଡି ରଖିବା ଉଚିତ ନୁହେଁ ,କାରଣ ଏଭଳି ଘଡି ଘରୁ ସକାରାତ୍ମକ ଶକ୍ତିକୁ ଦୂର କରିଥାଏ । ଯାହାଦ୍ୱାରା ଘର ପ୍ରତି ଅସୁବିଧା ଲାଗି ରୁହେ ।
Vastu Tips
Advertisment
Advertisment