Advertisment

ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା: ସିବିଆଇର ୧୫ ଜଣିଆ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ

ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ ଲାଗି ରାମଫୁରାତର ବଗତୁଇ ଗାଁରେ ପହଞ୍ଚିଲା ସିବିଆଇର ୧୫ ଜଣିଆ ଦଳ। ଡିଆଇଜି ଅଖିଲେଶ ସିଂହଙ୍କ ସହ CFSL ବା ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀ କର୍ମଚାରୀ ମଧ୍ୟ ଯାଇଛନ୍ତି । ଫରେନସିକ୍ ଟିମ ସହାୟତାରେ ତଦନ୍ତ କରାଯାଉଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Birbhum violence case cbi has taken over the case and dispatched the team including senior officer

Birbhum violence case cbi has taken over the case and dispatched the team including senior officer

ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ ଲାଗି ରାମଫୁରାତର ବଗତୁଇ ଗାଁରେ ପହଞ୍ଚିଲା ସିବିଆଇର ୧୫ ଜଣିଆ ଦଳ। ଡିଆଇଜି ଅଖିଲେଶ ସିଂହଙ୍କ ସହ CFSLର ଟିମ ମଧ୍ଓୟ ଘଟଣାସ୍ଥଳକୁ ଯାଇଛି ।  ଫରେନସିକ୍ ଟିମରେ ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି ।

Advertisment

ଏହି ମାମଲାରେ ସିବିଆଇ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା କରି ୨୧ଜଣ ଅଭିଯୁକ୍ତଙ୍କ ନାମରେ ଏଫ୍ଆଇଆର ଦାୟର କରିଛି। ମାରଣାସ୍ତ୍ର ଧରି ହିଂସା କରିଥିବା ନେଇ ସେକ୍ସନ ୧୪୭, ୧୪୮ ଓ ୧୪୯ ଧାରାରେ ସିବିଆଇ ଏଫ୍ଆଇଆର ରୁଜୁ କରିଛି ।

Advertisment

ସୂଚନା ଅନୁସାରେ, ମାର୍ଚ୍ଚ ୨୨ରେ ରାଜନୈତିକ ହିଂସାରୁ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କୁ ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଥିଲେ । ଘଟଣା ପରେ ଏହାର ତଦନ୍ତ କରିବା ପାଇଁ ସିବିଆଇକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସପ୍ତାହେ ଭିତରେ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ସିବିଆଇକୁ ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଏପ୍ରିଲ ୭କୁ ଦିନ ଧାର୍ଯ୍ୟ କରିଛନ୍ତି ।

Birbhum Violence Case
Advertisment
Advertisment