Advertisment

କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି : କେଜ୍ରିୱାଲ

ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।

author-image
Pramod Behera
Arvind Kejriwal targets bjp

Arvind Kejriwal targets bjp

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।

Advertisment

ସେ ପୁଣି ଥରେ ପରାମର୍ଶ ଦେଇ କହିଛନ୍ତି ଯେ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ୟୁଟ୍ୟୁବ୍‌ରେ ଅପଲୋଡ୍ ହେବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଫିଲ୍ମର ରୋଜଗାର କାଶ୍ମୀରୀ ପଣ୍ଡିତମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେବା ଉଚିତ।

କେଜ୍ରିୱାଲ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ "ଗତ ୮ ବର୍ଷ ମଧ୍ୟରେ କାଶ୍ମୀରୀ ପଣ୍ଡିତ ପରିବାରକୁ ବିଜେପି ଉପତ୍ୟକାକୁ ଫେରେଇ ଆଣିବାର ବାଟ କରିଛି କି?" ସେ କହିଛନ୍ତି, “ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି। ୟୁଟ୍ୟୁବରେ ଫିଲ୍ମ୍ 'ଦ କାଶ୍ମୀର ଫାଇଲ୍ସ'କୁ ଅପଲୋଡ୍ କରିବାକୁ ଆମେ ଦାବି କରୁଛୁ। ଏଥିରୁ ଅର୍ଜିତ ଟଙ୍କା କାଶ୍ମୀରୀ ପଣ୍ଡିତମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଉଚିତ୍।"

Advertisment

ଗୁରୁବାର ବିଧାନସଭାରେ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ଏହି ପରାମର୍ଶ ଦେଇଛନ୍ତି। ଫିଲ୍ମକୁ ଟ୍ୟାକ୍ସମୁକ୍ତ କରିବା ପାଇଁ ସେ ଏହି ପଦକ୍ଷେପକୁ ସମାଲୋଚନା କରିବା ସହ ଫିଲ୍ମ ନିର୍ମାତାଙ୍କୁ ଏହାକୁ ୟୁଟ୍ୟୁବରେ ଛାଡିବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ସମସ୍ତେ ଏହାକୁ ଦେଖିପାରିବେ।

ଏହି ସମୟରେ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଏମ୍‌ସିଡି ନିର୍ବାଚନକୁ ନେଇ ବିଜେପି ଉପରେ କଡା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ “ସେମାନେ କହୁଛନ୍ତି ଯେ ସେମାନେ(ବିଜେପି) ଦୁନିଆର ସବୁଠାରୁ ବଡ ଦଳ, ଆମେ ତ ଦୁନିଆର ସବୁଠାରୁ ଛୋଟ ଦଳ, ତଥାପି ତୁମେ ଭୟଭୀତ।”

India News Arvind Kejriwal
Advertisment
Advertisment