ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ । ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA ।
ଏଣିକି କୌଣସି ଅତ୍ୟାବଶ୍ୟକୀୟ ଔଷଧ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଫଳରେ ଜନତାଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିବ ବୋଲି କୁହାଯାଉଛି।
ବିଗତ ୨ ବର୍ଷ ହେଲା ଦେଶ କୋଭିଡ ମହାମାରୀରେ ଗତି କରୁଥିବା ବେଳେ ଔଷଧର ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ । ବର୍ତ୍ତମାନ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ୍ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର। ପାଖାପାଖି ଏହି ଔଷଧର ଦାମ୍ ୧୦% ବଢ଼ିବ ବୋଲି ସୂଚନା ମିଳିଛି ।