Advertisment

ଆଇପିଏଲ୍‌ ୨୦୨୨: ନୂଆ ସିଜିନ, ନୂଆ କ୍ୟାପ୍‌ଟେନ, କାହାର ଷ୍ଟ୍ରାଟେଜି କରିବ କାମ ?

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ଦୁଇ ଦଳ ବେଶ୍‌ ଜୋରସୋରରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ସଂଧ୍ୟା ସାଢେ ୭ଟାରେ ମ୍ୟାଚ୍‌ର ସିଧା ପ୍ରସାରଣ ହେବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
KKR vs CSK

KKR vs CSK

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ୍‌ର ମହାସମର । ଉଦଘାଟନୀ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ଦୁଇ ଦଳ ବେଶ୍‌ ଜୋରସୋରରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ସଂଧ୍ୟା ସାଢେ ୭ଟାରେ ମ୍ୟାଚ୍‌ର ସିଧା ପ୍ରସାରଣ ହେବ ।

Advertisment

ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ଆଜି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାବେ ପଡିଆରେ ଦେଖାଯିବେ ନାହିଁ । ୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ହିଁ ଦଳର ନେତୃତ୍ୱ ନେଇଥିଲେ।

ଆଜିର ମ୍ୟାଚ୍‌ରେ ଶ୍ରେୟସ୍‌ ଅୟର କେକେଆର୍ ପାଇଁ କ୍ୟାପ୍ଟେନସିପ୍ କରିବେ । ଗତ ଆଇପିଏଲ ସଂସ୍କରଣରେ ଇଂଲିଶ ବ୍ୟାଟ୍ସମ୍ୟାନ ଇଅନ ମୋର୍ଗାନ କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କେକେଆର ଫାଇନାଲ ମଧ୍ୟ ଖେଳିଥିଲା। ତେବେ କେକେଆର୍‌ ପକ୍ଷରୁ ରସଲ୍‌ ମସଲ୍‌ କୁହାଯାଉଥିବା ଆଣ୍ତ୍ରେ ରସଲଙ୍କ ଉପରେ ଦର୍ଶକଙ୍କ ନଜର ରହିଛି ।

Advertisment

ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟି ଭେନ୍ୟୁରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଏବଂ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ। ପ୍ଲେ-ଅଫ୍ ମୁକାବିଲାର ସିଡ୍ୟୁଲ୍ ପରେ ଜାରି କରାଯିବ। ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଖେଳାଯିବ।

ତେବେ ଦୀର୍ଘଦୀନ ଧରି କୋଭିଡ଼ କଟକଣା କାରଣରୁ ଷ୍ଟାଡ଼ିୟମକୁ ଦର୍ଶକଙ୍କ ଏଣ୍ଟ୍ରି ନଥିଲା । କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆଜିର ଆଇପିଏଲ ମ୍ୟାଚ୍‌ରେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିବେ ଦର୍ଶକ। କାରଣ ବିସିସିଆଇ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଦର୍ଶକଙ୍କ ଏଣ୍ଟ୍ରିକୁ ଗ୍ରୀନ ସିଗ୍ନାଲ ଦିଆଯାଇଥିଲା।

IPL 2022 KKR Vs CSK
Advertisment
Advertisment