Advertisment

ଅନୁଭବଙ୍କୁ ଆଶ୍ୱସ୍ତି, ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଲା

ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Anubhav-Varsha marital discord: Hearing of Varsha Priyadarshini's petition in Orissa HC deferred

Anubhav-Varsha marital discord: Hearing of Varsha Priyadarshini's petition in Orissa HC deferred

ହାଇକୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନର ଶୁଣାଣି ଘୁଞ୍ଚିଛି। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଛି।କଟକ ପାରିବାରିକ ଅଦାଲତରେ ସାଂସଦ ତଥା ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ସାନି ଜେରା କରିବାକୁ ବର୍ଷା ଆବେଦନ କରିଥିଲେ। 

Advertisment

ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ। ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ପାରିବାରିକ ଅଦାଲତ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରି ଦେଇଥିଲେ।

ପାରିବାରିକ ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଛି। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।  

Advertisment
Varsha Priyadarshini Anubhav Mohanty Anubhav- Varsha Marital Discord Orissa High Court
Advertisment
Advertisment