Truck
ଛତିଶଗଡରୁ ୧୮ଲକ୍ଷ ଟଙ୍କା ମୂଲ୍ୟର ଡାଲି ଗହମ ଲୁଟ୍ରେ ବ୍ୟବହୃତ ଦୁଇଟି ଟ୍ରକ୍ କାକଟପୁର ଅଂଚଳରୁ ଜବତ । ଜଣେ ଡ୍ରାଇଭର ସମେତ ଆଉ ଜଣେ ହେଲପରଙ୍କୁ ଗିରଫ କରିଛି ପୋଲିସ । ଗତ ୧୮ ତାରିଖରେ ଛତିଶଗଡ଼ ଭାଟପଡ଼ାର ବ୍ୟବସାୟୀ ବିକାଶ ଅଗ୍ରଓ୍ୱାଲ ଦୁଇଟି ଟ୍ରକରେ ୧୮ ଲକ୍ଷ ୧୦ ହଜାର ଟଙ୍କାର ଗହମ, ଡାଲି ଆଦି ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କୁ ବିକ୍ରୟ ପାଇଁ ପଠାଇଥିଲେ । ହେଲେ ତିନି ଦିନ ପରେ ଦୁଇଟି ଟ୍ରକ୍ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା ।
ବିକାଶ ଅଗ୍ରଓ୍ୱାଲଙ୍କ ଅଭିଯୋଗକ୍ରମେ ଭାଟପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଭୋରରୁ ସମ୍ପୃକ୍ତ ଟ୍ରକ୍ ଦୁଇଟିକୁ କାକଟପୁର ଅଂଚଳରେ ଠାବ କରାଯାଇଛି । ପରେ ଟ୍ରକ ଦୁଇଟିକୁ ଜବତ ସହ ସମ୍ପୃକ୍ତ ଟ୍ରକ୍ର ଡ୍ରାଇଭର ଓ ହେଲପରକୁ ଗିରଫ କରିଛି ପୋଲିସ । ୧୮ ଲକ୍ଷ ଟଙ୍କାର ଏହି ଖାଦ୍ୟଶସ୍ୟ ଲୁଟ୍ ପାଇଁ ଟ୍ରକ ମାଲିକ ଓ କର୍ମଚାରୀ ଟ୍ରକ୍ର ନମ୍ବର ପ୍ଲେଟ ବଦଳାଇବା ସହ କାଗଜପତ୍ର ଜାଲିଆତି କରି ଅନ୍ୟତ୍ର ବିକ୍ରୟ କରିଦେଇଥିବା ଛତିଶଗଡ଼ ପୋଲିସ କହିଛି । କାକଟପୁର ପୋଲିସ ସହଯୋଗରେ ଛତିଶଗଡ଼ ପୋଲିସ ତଦନ୍ତ ଜାରି ରଖିଛି । ଲୁଟ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଛତିଶଗଡ଼ ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)