• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଦ ପିଇ ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ । ଲୋକଙ୍କୁ ବିନା କାରଣରେ ଧମକ ଚମକ ଦେଇ ଟଙ୍କା ଦାବି କରୁଛନ୍ତି । ଆଉ ଦାବି ମୁତାବକ ଟଙ୍କା ନଦେଲେ ଲୋକଙ୍କୁ ଘରେ ପୂରାଇ ମାଡ ମାରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । କିଆକଟା ଥାନାର କିଛି କର୍ମଚାରୀଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି ।

ଅନୁଗୁଳ ଜିଲା ଅନ୍ତର୍ଗତ କିଆକଟା ଥାନାର କିଛି ଅଧିକାରୀ ଦମନଲୀଳା ଚଳାଇଛନ୍ତି । ବିନା ପୋଷାକରେ ଥିବା କେତେକ ପୋଲିସ କର୍ମଚାରୀ ନିରୀହ ଲୋକଙ୍କୁ ଧରି ଦାଦାଗିରି କରୁଥିବା ଅଭିଯୋଗ ହୋଇଛି । ପୋଲିସ ବର୍ଦ୍ଦିର ଧାକ୍ ଦେଖାଇ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।

ବୌଦ୍ଧ ଜିଲା ମନୁପାଲି ପଂଚାୟତ ଅର୍ନ୍ତଗତ ରିଷିବନ୍ଧ ଗ୍ରାମର ସୁନିଲ ଶେଖର ମହାନନ୍ଦିଆ ଓ ପ୍ରକାଶ ଲୁହା ଶବସଂସ୍କାର କାମର କାର୍ଡ ବାଣ୍ଟିବାକୁ କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମକୁ ଯାଇଥିଲେ । ସେଠାରୁ ବାଇକ ଯୋଗେ ଫେରୁଥିବା ସମୟରେ ପରିଶ୍ରା କରିବା ପାଇଁ ରାସ୍ତା ପାଖରେ ଅଟକି ଥିଲେ । ଆଉ ଏହି ସମୟରେ ସାଧା ପୋଷାକରେ ଥିବା ଦୁଇଜଣ ନିଶାସକ୍ତ ପୋଲିସ କର୍ମଚାରୀ ସେମାନଙ୍କୁ ଗାଡିର କାଗଜପତ୍ର ମାଗିବା ସହିତ ଗାଡିର ଡିକି ତନଖି କରିଥିଲେ ।

ସବୁ ଠିକ ଥିବା ସତ୍ୱେ ସେମାନଙ୍କ ଠାରୁ ୪ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ନଦେବାରୁ ସେମାନଙ୍କୁ ନେଇ ଥାନା ପରିବର୍ତ୍ତେ ବ୍ୟାରେକର ଏକ କୋଠରି ଭିତରେ ନେଇ ରଖିବା ସହିତ ୨୦ ହଜାର ଟଙ୍କା ଦେଲେ ଛାଡିଦେବେ ବୋଲି କହିଥିଲେ । ପଇସା ପାଇଁ ସେମାନଙ୍କ ମୋବାଇଲ ଚେକ କରିବା ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି । ସେମାନଙ୍କ ଠାରୁ ଗାଡି ରଖିନେବା ସହିତ ଟଙ୍କା ଧରି ଆସିଲେ ଗାଡି ନେବ ବୋଲି କହି ରାତି ଅଧରେ ଛାଡିଦେଇଥିଲେ ।

ଏହି ଘଟଣାକୁ ନେଇ କେତେକ ସାମ୍ବାଦିକଙ୍କ ସହ ମାଡ ଖାଇଥିବା ଯୁବକମାନେ ଆଜି ଥାନା ଅଧିକାରୀଙ୍କୁ ଭେଟିଥିଲେ । ତେବେ ଏ ସମ୍ପର୍କରେ କିଛି ଜାଣିନଥିବା କହିବା ସହ ଯୁବକମାନଙ୍କୁ ଗାଡି ଫେରାଇଦେଇଥିଲେ । ଆଉ ଏସଂପର୍କରେ ବୁଝିବେ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ ।

ବୌଦ୍ଧରୁ ଦୀପକ ଆଦାରଙ୍କ ରିପୋର୍ଟ