Advertisment

ପରିବେଶ ସନ୍ତୁଳନରେ ବାଦୁଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ! ଲୁପ୍ତପ୍ରାୟ ପକ୍ଷୀର ସୁରକ୍ଷା ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ

ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
bat

bat

ଧରାପୃଷ୍ଟରେ ଅନେକ ଜୀବଜନ୍ତୁ ବାସ କରନ୍ତି । ଆଧୁନିକତାର ଛାପରେ ଧୀରେ ଧୀରେ ପରିବେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଲୋପ ପାଇବାକୁ ବସିଛନ୍ତି । ଏଭଳି ଏକ ବିରଳ ପକ୍ଷୀ ହେଉଛି ବାଦୁଡ଼ି । ଦିନେ ଗାଁ ଗାଁରେ ସନ୍ଧ୍ୟା ହେଲେ ସେମାନଙ୍କ ଶଦ୍ଦ କାନରେ ଗୁଞ୍ଜରିତ ହେଉଥିଲା । ହେଲେ ଏବେ ସେମାନଙ୍କ କିଚିରିମିଚିରୀ ଶବ୍ଦ ଆଉ ଏବେ କାନକୁ ବାଜୁନାହିଁ । କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜି ବି ଏଭଳି ଏକ ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ିଙ୍କ କିଚିରିମିଚିରୀ ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ।

Advertisment

ବୌଦ୍ଧ ଜିଲ୍ଲା ରାମଗଡ଼ ମହାନଦୀ କୂଳରେ ଥିବା ବାବା କେଦାରେଶ୍ୱର ଶୈବପୀଠ ପରିସରରେ ଥିବା ୧୧ଟି ଗଛରେ ଏବେ ବସା ବାନ୍ଧିଛନ୍ତି ବାଦୁଡ଼ି ପକ୍ଷୀ । ଗାଁ ଅନେକ ସ୍ଥାନରେ ଗଛ ସାରା ଝୁଲି ରୁହନ୍ତି । ଗୋଟିଏ କି ଦୁଇଟି ନୁହେଁ ଆପଣ ଚାହିଁଲେ ବି ଗଣି ପାରିବେ ନାହିଁ ପକ୍ଷୀଙ୍କ ସଂଖ୍ୟା। ଗଛ ଡାଳରେ ଦୋଳି ଖେଳିଲା ପରି ଝୁଲି ରହିଛନ୍ତି ବିରଳ ପ୍ରଜାତିର ପକ୍ଷୀ ।

ଗ୍ରାମର ବୟଜେଷ୍ଠ ମାନେ କହନ୍ତି କିମ୍ବଦନ୍ତୀ ଅନୁସାରେ ସର୍ବ ପ୍ରଥମେ ଗାଁର ଏକ ବରଗଛରେ କିଛି ବାଦୁଡ଼ି ରହୁଥିଲେ । ଗାଁକୁ କିଛି ବିପଦ ସଂକେତ ଦେବାର ଥିଲେ ସେମନେ ବାରମ୍ବାର ତାଙ୍କର ସ୍ଥାନ ବଦଳାଇ ଥାଆନ୍ତି । ଗାଁର ଏହି ଦେବାଳୟ ପରିବେଶରେ ସେମାନେ ଆଶ୍ରୟ ନିଅନ୍ତି । ପ୍ରାୟ ୩୦ ବର୍ଷ ସମୟରୁ ଏଠାକାର ମନ୍ଦିର ପୂଜାରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଯୋଗୁଁ ସେଠାରେ ବଢିବାରେ ଲାଗିଛି ବାଦୁଡ଼ିଙ୍କ ସଂଖ୍ୟା । ଅନ୍ୟପଟେ WILDLIFE ACT 1972 SCHEDULE5 ଅନୁଯାୟୀ ବାଦୁଡି ପକ୍ଷୀ ଶିକାର ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଯଦି କେହି ଏହି ପକ୍ଷୀର ଶିକାର କରିବାକୁ ପ୍ରଚେଷ୍ଟା କରେ ଉକ୍ତ ବ୍ୟକ୍ତିକୁ ଗ୍ରାମବାସୀ ଗ୍ରାମସଭାରେ ବଡ଼ ଜୋରିମାନା ଆଦାୟ କରିଥାନ୍ତି । ତେଣୁ ଏହି ଡରରେ ବାଦୁଡ଼ି ଶିକାର ପାଇଁ କେହି ସାହାସ କରନ୍ତି ନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Advertisment

ପରିବେଶର ସନ୍ତୁଳନ ରକ୍ଷା କରିବାରେ ବାଦୁଡ଼ିର ଭୂମିକା ବି କିଛି କମ୍ ନୁହେଁ । ବିଜ୍ଞାନର ଖାଦ୍ୟ ଓ ଖାଦକ ନିୟମ ଅନୁଯାୟୀ ଧାନ ବିଲର କୀଟ ପତଙ୍ଗ ଓ ମଶାକୁ ନିପାତ କରିବାରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦିନସାରା ଗଛ ଡାଳରେ ଝୁଲି ରହିଥିବା ବାଦୁଡି ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରି ପଡ଼ନ୍ତି । ସମସ୍ତେ ଶୋଇଲାପରେ ଏମାନେ ଚଲାବୁଲା କରୁଥିବାରୁ ଏମାନଙ୍କୁ କେହି କେହି ରାତ୍ରିଚୋର ବୋଲି ମଧ୍ୟ କହିଥାଆନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି । ତେବେ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ଆଗଭର ହେବା ସହିତ ସରକାରୀ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଗରେ ବାଦୁଡ଼ିଙ୍କର ବଂଶ ବିସ୍ତାର ହେବା ସହିତ ଏହି ସ୍ଥାନ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇପାରିବ ।

ବାଦୁଡି ମାଂ ରେ ଔଷଧ ଗୁଣ ଥିବାରୁ ଶିକାରୀଙ୍କ ଲଲୁପ ଦୃଷ୍ଟି ତାଙ୍କ ଉପରେ ବାରମ୍ବାର ବାରମ୍ବାର ପଡିଥାଏ । ଯଦି ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବ, ତାହେଲେ ବାଦୁଡି ସୁରକ୍ଷା ଆଉ ଦୁଇ ପାଦ ଆଗାଇବ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି ।

ବୌଦ୍ଧରୁ ଦୀପକ ଅଦରଙ୍କ ରିପୋର୍ଟ

Special Story
Advertisment
Advertisment