• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର । ବୌଦ୍ଧ ଜିଲ୍ଲାରେ ରତ୍ନପଥର ମିଳିବା ପରେ ୧୪୪ ଧାରା ଜାରି କରାଯାଇଛି । ଅଧିକ ସନ୍ଧାନ ପାଇଁ ଫୁଲବାଣୀରୁ ସାଇଣ୍ଟିଫିକ୍ ଟିମ୍ ଆସି ସେଠାରେ ଯାଞ୍ଚ କରୁଛନ୍ତି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ୧୪୪ ଧାରା ଜାରି ରହିବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଶଗଡା ପଂଚାୟତ ସରଧାପାଲିରେ କିଛି ଦିନ ହେଲା ମନରେଗା ଯୋଜନାରେ ପୋଖରୀ ଖନନ ଚାଲିଥିଲା । ପୋଖରୀ ଖନନ ବେଳେ ଏଠାରୁ କିଛି ରତ୍ନପଥର ମିଳିଛି । ଯାହାପରେ ଲୋକେ ପୋଖରୀ ମାଟିରୁ ରତ୍ନ ପଥର ଖୋଜୁଛନ୍ତି । ଏମିତିକି ଆଖପାଖ ଗାଁର ଲୋକମାନେ ମଧ୍ୟ ପୋଖରୀରେ ରତ୍ନ ପଥର ଖୋଜିବାରେ ଲାଗିଛନ୍ତି । ଲଗାତର ୨ ଦିନ ହେଲା ଦୂର ଦୂରରୁ ଲୋକେ ରତ୍ନ ପଥର ଖୋଜିବାକୁ ପହଞ୍ଚୁଛନ୍ତି । ଏହି କାରଣରୁ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ।

ଅନ୍ୟପକ୍ଷେ, ସୁନାଖଣି ଜଙ୍ଗଲରେ ମଧ୍ୟ ସୁନାର ସନ୍ଧାନ ଚାଲିଛି । କେନ୍ଦୁଝର ବାଂଶପାଳ ତରମାକାନ୍ତ ପଞ୍ଚାୟତ ଜଳଡିହାରେ ଗାଁରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ କରାଯାଉଛି । ଅଞ୍ଚଳର ପ୍ରାୟ ୧୫ଟି ସ୍ଥାନରେ ୧୦୦ ମିଟର ଲେଖାଏ ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି ।

ତେବେ ପୂର୍ବରୁ ମଧ୍ୟ ୮୦ ଦଶକରେ ତେଲକୋଇ ଓ ବାଂଶପାଳ ବ୍ଲକରେ ସୁନାର ସନ୍ଧାନ ମିଳିଥିଲା । ସେତେବେଳେ ମଧ୍ୟ ସର୍ଭେ କରାଯାଇଥିଲା । ଏବେ ପୁଣି ଥରେ ସାଟେଲାଇଟ ମ୍ୟାପିଂ ଜରିଆରେ ସର୍ଭେ କରାଯାଉଛି । ଗତ ୬ ମାସ ହେଲା ଜିଏସଆଇର ୪ ଜଣିଆ ବିଶେଷଜ୍ଞ ଦଳ ସର୍ଭେ ଦାୟିତ୍ୱରେ ରହିଥିବା ସୂଚନା ମିଳିଛି ।