/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642598082.jpg)
Woman Swept Away In Salunki River
ନଦୀକୁ ଗାଧୋଇବାକୁ ନିଖୋଜ ମହିଳାଙ୍କୁ ଉଦ୍ଧାର କରାଯାଇଛି। ବୌଦ୍ଧ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗିରାସୀଙ୍ଗା ଗାଁ ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ନିଖୋଜ ମହିଳାଙ୍କ ନାଁ ଧିରମଣି ଅମାତ। ଅଗ୍ନିଶମ ବିଭାଗ ଓ ଓଡ୍ରାଫର ମିଳିତ ଉଦ୍ୟମରେ ୨ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ଅଚେତ୍ ଅବସ୍ଥାରେ ଧିରମଣିଙ୍କୁ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ଆଜି ସକାଳେ ଗିରାସୀଙ୍ଗା ଗାଁର କିଛି ମହିଳା ସାଲୁଙ୍ଖି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ପାଣି ସ୍ତର ବଢ଼ି ଯାଇଥିଲା ଓ ସମସ୍ତେ ସେଠାରୁ ପଳାଇ ଆସିଥିଲେ। ହେଲେ ଧିରମଣୀ ଆଉ ଫେରି ପାରିନଥିଲେ। ଚାହୁଁ ଚାହୁଁ ପାଣି ଜୋର୍ରେ ମାଡ଼ି ଆସିବା ଫଳରେ ସେ ନଦୀରେ ଭାସି ଯାଇଥିଲେ। ଖବରପାଇ ବୌଦ୍ଧ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
୨ ଘଣ୍ଟାର ମିଳିତ ଅପରେସନ ପରେ ଧିରମଣୀଙ୍କୁ ପୋଲମ୍ ଗାଁର ନଦୀ ପଠାରେ ଲାଗିଥିବା ଦେଖିବାକୁ ପାଇଥିଲେ। ସେଠାରୁ ଅଚେତ୍ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)