• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ଗଞ୍ଜାମ ଜିଲ୍ଲାର ଜଣେ ତୁଙ୍ଗ ନେତା । ଯାହାଙ୍କ ରାଜନୈତିକ କ୍ୟାରିୟର ଥିଲା ବହୁତ ଲମ୍ବା । ସାଧାରଣ କାଉନସିଲରଠୁ ବିଧାନସଭାର ବାଚସ୍ପତି ହେବା ଯାଏଁ. ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ହେବା ଯାଏଁ ତାଙ୍କର ରହିଛି ଉପଲବ୍ଧି । ଆସନ୍ତୁ ସଂକ୍ଷେପରେ ଜାଣିବା, ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ BSc ଓ ପରେ LLB କରି ଆରମ୍ଭ କରିଥିଲେ ଓକିଲାତି । ତା’ପରେ ସମାଜସେବା ଓ କ୍ରମେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ବନିଯାଇଥିଲେ ବିଚକ୍ଷଣ ରାଜନେତା । ଯାହାଙ୍କ ରାଜନୈତିକ ଯାତ୍ରା ଲମ୍ବିଥିଲା କାଉନସିଲରରୁ ବିଧାନସଭାର ବାଚସ୍ପତି ହେବ ଯାଏଁ । ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର ।

ପରବର୍ତ୍ତୀ ସମୟରେ କ୍ରମାଗତ ୭ ଥର ବନିଥିଲେ ବିଧାୟକ । ୧୯୯୦ରେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନା ବିଧାୟକ ଭାବେ ୧୯୯୦ରୁ ୨୦୦୯ ଯାଏଁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ । ପ୍ରଥମ ଦୁଇ ଥର ଜନତା ଦଳରୁ ଏବଂ ତା ପରେ ବିଜେଡିରୁ ମୋହନା ଆସନରୁ ଲଢ଼ି ଜିତିଥିଲେ ସୂର୍ଯ୍ୟ । ୨୦୦୯ରୁ ସେ କ୍ରମାଗତ ୩ ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ଥିବା ସୂର୍ଯ୍ୟ ପାତ୍ର ଉଭୟଙ୍କ ସରକାରରେ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳର ରାଜନୈତିକ କ୍ୟାରିୟର ଭିତରେ ସେ ବହୁ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ, ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀରହି ସେ ତାଙ୍କ ଦକ୍ଷତା ପ୍ରତିପାଦ ରଖିଛନ୍ତି । ପରବର୍ତ୍ତୀ ସମୟରେ ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଆଉ ୨୦୨୨ରେ ଦେଇଥିଲେ ଇସ୍ତଫା ।

 

  • Reported by:
  • KAPILENDRA PRADHAN