Advertisment

କାହିଁକି ଅଦୃଶ୍ୟ ରହିଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦ ?

5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ ।

author-image
Satyendu Shekher Mishra
Odisha Politics

Odisha Politics

ରାଜ୍ୟରେ ଚାଲିଛି କି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ବ୍ୟବସ୍ଥା ? ଶାସନର ନୂଆ ମଡେଲରେ ଗୌଣ ହେଉଛନ୍ତି କି ମନ୍ତ୍ରୀ, ବିଧାୟକ ଓ ସାଂସଦ ? 5T ସଚିବଙ୍କ ଘନଘନ ଜିଲ୍ଲା ଗସ୍ତ ଭିତରେ ଅଦୃଶ୍ୟ ହୋଇଯାଉଛନ୍ତି କି ଜନ ପ୍ରତିନିଧି ? ରାଜ୍ୟରେ ଚାଲିଥିବା ନୂଆ ମଡେଲର ଶାସନ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ତାକୁ ନେଇ ଚାଲିଛି ବିତର୍କ।

Advertisment

ଏସବୁ ଚର୍ଚ୍ଚା-ଆଲୋଚନା ଭିତରେ 5T ସଚିବ ଜଣେ ରାଜନେତା ଭଳି ଜିଲ୍ଲାକୁ ଜିଲ୍ଲା ହେଲିକପ୍ଟରରେ ବୁଲୁଛନ୍ତି ଓ ଗ୍ରିଭାନସ୍ ନେବା ବାହାନାରେ ରାଜନୈତିକ ସଭା ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କିନ୍ତୁ ସେଠି ମନ୍ତ୍ରୀ, ବିଧାୟକ କି ସାଂସଦଙ୍କୁ ଦେଖିବାକୁ ମିଳୁନି। ଯେମିତି ସେମାନେ ଅଦୃଶ୍ୟ ହୋଇ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ସଚିବଙ୍କ ଗସ୍ତ ପୂର୍ବରୁ ସଭା ମଞ୍ଚ ବାନ୍ଧିବାଠୁ ଲୋକ ଯୋଗାଡ ଯାଏଁ ସବୁ ବୁଝୁଛନ୍ତି ବିଧାୟକମାନେ ।

ଏମିତିକି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଆଗୁଆ ପ୍ରସ୍ତୁତିରେ ଲାଗିଯାଉଥିବା ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜ ଜିଲ୍ଲା ଯାଜପୁରରେ ବି ପାାଣ୍ଡିଆନ୍‌ଙ୍କ କାର୍ଯ୍ୟକ୍ରମ ବେଳେ ଦୃଶ୍ୟମାନ ହୋଇନଥିଲେ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବିଜେଡିକୁ ଘେରିଥିବାବେଳେ ଦଳ କହିଛି ଯେ ଯାହା କାମ କରୁଛନ୍ତି । ନିର୍ବାଚନ ଥିବାରୁ ନିଜ ନିଜ ଅଞ୍ଚଳରେ ବଲୁଛନ୍ତି ।

Advertisment

ଏପଟେ ସ୍ତମ୍ଭକାର ନଟବର ଖୁଣ୍ଟିଆଙ୍କ ସୋସିଆଲ୍ ମଡିଆରେ ଏକ ଲେଖାକୁ ନେଇ ଚର୍ଚ୍ଚା। ରାଜ୍ୟର ଦାରିଦ୍ର୍ୟତା, ଚାଷୀଙ୍କ ଆୟ କମିବା, ମନ୍ଦିରର ବିକାଶ ପାଇଁ ଟଙ୍କା ଦେଇ ଭୋଟ ନେବା ଫନ୍ଦିଙ୍କୁ ସେ ସମାଲୋଚନା କରିଛନ୍ତି। ତାସହ ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କୁ କ୍ଷମତା ଦେଇ, ରାଜ୍ୟ ସାରା ହେଲିକପ୍ଟରରେ ଅସାମ୍ବିଧାନିକ ଭାବରେ ବୁଲାଇ ଲୋକଙ୍କ ଗୁହାରି ସଂଗ୍ରହ କରୁଛନ୍ତି ବୋଲି ସେ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ପଛ ଦ୍ୱାର ଦେଇ ଏବେ କିଏ ଜଣେ ଗୋବିନ୍ଦ ବିଦ୍ୟାଧର ଆସିବେ ଏବଂ ଓଡିଶା ଲୋକ ତାଙ୍କୁ ସ୍ୱାଗତ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା କଦାପି ହେବ ନାହିଁ ଏବଂ ଓଡିଆ ଜାତି ସଠିକ୍ ସମୟରେ ତାର ଜବାବ୍ ଦେବେ ବୋଲି ସେ ଲେଖିଛନ୍ତି।

ତେବେ ନଟବରଙ୍କ ଲେଖାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରି ଟୁଇଟ କରିବା ପରେ କାଉଣ୍ଟରରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜର ଫ୍ରଷ୍ଟେସନ୍ ପାଇଁ ଏହା ଏକ ପ୍ରାୟୋଜିତ ସୋସିଆଲ୍ ମଡିଆ ପୋଷ୍ଟ ବୋଲି କହିଛନ୍ତି।

ରାଜ୍ୟରେ ଚାଲିଥିବା ନୂଆ ମଡେଲ୍‌ର ଶାସନ ବ୍ୟବସ୍ଥାରେ ବିଧାୟକ ଓ ସାଂସଦ ଗୌଣ ହେବା ପରେ କେବେ ସେମାନେ ଏନେଇ ମୁହଁ ଖୋଲି ସାମ୍ନାକୁ ଆସିବେ, ଏବେ ତା ଉପରେ ନଜର।

BJD BJP Congress Odisha Politics
Advertisment
Advertisment