Advertisment

ଅଚାନକ କାହିଁକି ଡାକିଲେ ଅଧିବେଶନ ! ସଂସଦର ସ୍ପେଶାଲ ସେସନକୁ ନେଇ ବଢ଼ୁଛି ସସ୍‌ପେନ୍ସ..

ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।

author-image
Satyendu Shekher Mishra
undefined

Parliament Session

ଆସନ୍ତା ସେପ୍ଟେମ୍ବର ୧୮ରେ ଡକାଯାଇଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ନେଇ ବଢୁଛି ସସପେଏନ୍ସ । ମାତ୍ର ୫ ଦିନର ଅହି ଅଧିବେଶନ, ଅମ୍ରିତକାଳ ନେଇ ଆଲୋଚନା ଓ ବିତର୍କ ପାଇଁ ଡକାଯାଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ। ତେବେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏହି ଅଧିବେଶନରେ ୱାନ୍ ନେସନ୍,ୱାନ୍ ଇଲେକ୍ସନ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ମୌସୁମୀ ଅଧିବେଶନ କିଛି ଦିନ ତଳେ ସରିଥିବା ବେଳେ ହଠାତ୍ ଏଭଳି ସ୍ୱତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ଚର୍ଚ୍ଚା ବଢ଼ିଛି।

Advertisment

ବଡ଼ ପ୍ରଶ୍ନ, ହଠାତ୍ କାହିଁକି ଡକାଗଲା ଏହି ସ୍ୱତନ୍ତ୍ର ଅଧିବେଶନ? ମାତ୍ର ୨୦ ଦିନ ତଳେ ଅଗଷ୍ଟ ୧୧ରେ ସଂସଦର ମୌସୁମୀ ଅଧିବେଶ ଶେଷ ହୋଇଛି। ଏହି ଅଧିବେଶନ ଡକାଯିବା ପଛର କାରଣ କଣ? ଚର୍ଚ୍ଚା ହେଉଛି, ଏହି ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ବହୁ ପ୍ରତୀକ୍ଷିତ ୱାନ୍ ନେସନ୍, ୱାନ୍ ଇଲେକସନ ବା ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍ ଆଣିପାରନ୍ତି।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଏକକ ନିର୍ବାଚନ ଉପରେ ଅନେକ ସମୟରେ ଜୋର୍ ଦେଇଆସିଛନ୍ତି। ସେ ଦୃଷ୍ଟିରୁ ଏବେ ସମସ୍ତଙ୍କ ନଜର ପାର୍ଲାମେଣ୍ଟର ଏହି ସ୍ୱତନ୍ତ୍ର ଅଧିବେଶନ ଉପରେ। ଅନ୍ୟପକ୍ଷରେ ଅମ୍ରିତକାଳ ଅବସରରେ ଦେଶର ବିକାଶ ପାଇଁ ମୋଦି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ବିଶେଷ ଅଧିବେଶନରେ ଆଲୋଚନା ହୋଇପାରେ। ବିଶେଷ କରି ଭାରତ ଅଧ୍ୟକ୍ଷତାରେ G-20 ସମ୍ମିଳନୀ, ଚନ୍ଦ୍ର ବିଜୟ ବା ଚନ୍ଦ୍ରୟାନ-୩ର ସଫଳତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।

Advertisment

ସେପଟେ ଆସନ୍ତା ୨୨ ତାରିଖରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଅଧିବେଶନ ଆରମ୍ଭ ଦିନ, ଅର୍ଥାତ ସେପ୍ଟେମ୍ବର ୨୨ରେ ହିଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଆଉ ଅକ୍ଟୋବର ୩ରେ ବ୍ୟୟମଂଜୁରୀ ବିଲ୍ ଉପସ୍ଥାପନ କରାଯିବ।

ଅନ୍ୟପକ୍ଷରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ବାଚସ୍ପତି ପଦବି ଏଯାଏଁ ଖାଲି ପଡ଼ିଛି। ଆସନ୍ତା ୧୮ ତାରିଖରେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ଆବଶ୍ୟକ ପଡ଼ିଲେ ୨୧ ତାରିଖରେ ଭୋଟ୍ ହେବ । ଏହି ରେସ୍‌ରେ ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଓ ଦେବୀ ପ୍ରସାଦ ମିଶ୍ର ଥିବା ଚର୍ଚ୍ଚା ହେଉଛି। ଆଉ ଯଦି କୌଣସି ମହିଳାଙ୍କୁ ବାଚସ୍ପତି କରିବେ, ତେବେ ସ୍ନେହାଙ୍ଗିନୀ ଛୁରିଆ ଆଗରେ ରହିବେ ବୋଲି କୁହାଯାଉଛି। 

BJD BJP Congress Odisha Politics Parliament Session
Advertisment
Advertisment