• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସନ୍ଧ୍ୟାରେ ଘଡ଼ଘଡ଼ି ସହ ହେଲା ପ୍ରବଳ ବର୍ଷା । ଆଉ ତା’ ପରେ ଚାଲିଗଲା ବିଦ୍ୟୁତ୍‌ । ବର୍ଷା ହେଲା ଘଡ଼ଘଡ଼ି ବି ମାରିଲା ହେଲେ କିଛି ସମୟ ପରେ ସବୁ କିଛି ଠିକ୍‌ ଠାକ୍‌ ହୋଇଗଲା । ହେଲେ ଆସିଲାନି ବିଦ୍ୟୁତ୍‌ । ବର୍ଷା ପରେ ରାଜଧାନୀରେ ଦୀର୍ଘ ୪ ଘଣ୍ଟା ହେଲା ପାୱାର କଟ୍ ହୋଇଛି । ଫଳରେ କିଟିମିଟି ଅନ୍ଧାରର କବଳରେ ରହିଛି ସାରା ସହର ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି । ପୂର୍ବପରି ପାଗ ଠିକ୍‌ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ଆସିନାହିଁ । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

  • Reported by:
  • ALOK MOHANTY