Advertisment

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି- ଏହି ସମୟରେ କଟକ, ଭୁବନେଶ୍ୱରରେ ପ୍ରବେଶ କରିପାରିବନି ୬ ଚକିଆ ଯାନ

ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Commisionerate Police bans movement of goods vehicles during evening hours in twin cities

Commisionerate Police bans movement of goods vehicles during evening hours in twin cities

ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରିଯାନ ଚଳାଚଳ ଉପରେ କମିଶନରେଟ ପୋଲିସ କଟକଣା ଜାରି କରିଛି।

Advertisment

ଟ୍ୱିନ୍‌ସିଟି ମଧ୍ୟରେ ଯାଇଥିବା NH ଓ ରାଜ୍ୟ ରାଜପଥରେ କଟକଣା ଲାଗୁ କରାଯାଇଛି। ସନ୍ଧ୍ୟା ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଅଢେଇ ଘଣ୍ଟା ପାଇଁ କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ୬ ଚକିଆ ଯାନର ସହର ପ୍ରବେଶ ଉପରେ କଟକଣା ରହିବ।

୬ ଚକିଆ ଯାନ ପୀତାପଲ୍ଲୀ ପଟୁ ଭୁବନେଶ୍ୱର ଆଡ଼କୁ ଯାଇପାରିବେନି। ସେହିପରି ସନ୍ଧ୍ୟାରେ ମଙ୍ଗୁଳି ଛକ ପଟୁ କଟକକୁ ମଧ୍ୟ ପଶିବନି ୬ ଚକିଆ ଯାନ। ଆଜିଠାରୁ ଅନିର୍ଦ୍ଦଷ୍ଟ କାଳ ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି।

Advertisment
Traffic Problems Twin City
Advertisment
Advertisment