• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ପ୍ରବଳରୁ ଅତି ଅତିପ୍ରବଳ ବର୍ଷା । ପ୍ରାୟ ୨ ଘଣ୍ଟା କାଳ ବର୍ଷା ଛେଚିବା ପରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଘନ ଅନ୍ଧାର କରି ନିର୍ଧୁମ୍ ବର୍ଷା ଛେଚିଛି । ଘଣ୍ଟାଏ ଭିତରେ ରାଜଧାନୀରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଛି । ପାଣି ଜମି ରହିବା ଯୋଗୁଁ ଟ୍ୱିନ ସିଟିରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ସୃଷ୍ଟି ହୋଇଛି ।  ଭୁବନେଶ୍ୱରରେ ୭୧ମିମି ବର୍ଷା ରେକର୍ଡ ହୋଇଛି । ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ପୃଥକ୍‌ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବୌଦ୍ଧ ଥାନା ରାଉତବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବାଣପୁର ଥାନା ଦାମିଆ ବରବରାର କଦମଝୋଲା ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁଟିସିଂହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।