Advertisment

ବାଚସ୍ପତି ରେସ୍‌ରେ ପ୍ରଫୁଲ୍ଲ-ଦେବୀ-ଅମର

କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Assembly Speaker

Odisha Assembly Speaker

ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ। କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋରଦାର । ରେସ୍‌ରେ ଅଛନ୍ତି ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ। ଆସନ୍ତା ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୮ ତାରିଖରେ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ତେବେ କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।

Advertisment

ବିଧାନସଭା ବାଚସ୍ପତି ପଦକୁ ନେଇ ଦୀର୍ଘ ଦିନ ଧରି ଜାରି ରହିଛି ସସପେନ୍ସ । ଦୀର୍ଘ ୩ ମାସରୁ ଅଧିକ ସମୟ ବିତିଥିଲେ ବି ପୂରଣ ହୋଇନି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ପୂର୍ବରୁ କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି ବି ଅଗଣତାନ୍ତ୍ରିକ କହି ସମାଲୋଚନା କରିଥିଲା ।

ମେ ୧୨ ତାରିଖର କଥା। ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଦେଲେ ଆଉ ପରେ ଅର୍ଥମନ୍ତ୍ରୀ ହେଲେ ବିକ୍ରମ ଆରୁଖ। ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି। ଯାହାକୁ ନେଇ ନାନା ଚର୍ଚ୍ଚା ନାନା ଆଲୋଚନା ଲାଗି ରହିଛି । ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ହେଲେ ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଏତେ ଦିନ ଧରି ଖାଲି ପଡ଼ିବା ନେଇ ରହିଥିଲା ଅନେକ ଅସନ୍ତୋଷ।

Advertisment

ପ୍ରଶ୍ନ ଉଠୁଛି ସାମ୍ବିଧାନିକ ପଦ ପ୍ରତି ବିଜେଡିର ସମ୍ମାନ ଅଛି ତ ? କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଥିଲା ନା ରହିଥିଲା କିଛି ଦଳୀୟ କେଁ ?

ଅନ୍ୟପଟେ ଯେବେଠୁ ବାଚସ୍ପତି ନାହାନ୍ତି ସେବେଠୁ ତାଙ୍କ ଅଧ୍ୟକ୍ଷତାରେ ଥିବା ବିଭିନ୍ନ ହାଉସ କମିଟିର ବୈଠକ ବି ଠିକଣା ଢଙ୍ଗରେ ବସି ପାରୁନି। ଯାହାକୁ ନେଇ ବିଭିନ୍ନ ସମୟରେ ବିଜେଡିକୁ ସମାଲୋଚନା କରିଛନ୍ତି ବିରୋଧୀ। କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ ବୋଲି କହିଥିଲା ବେଳେ ବାଚସ୍ପତି ପଦକୁ ବିଜେଡି ଦଳୀୟ ପଦ ଭାବୁଛି ବୋଲି ଅଭିଯୋଗ କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି ଗତ ଜୁଲାଇ ମାସରୁ କହି ଆସୁଛି ବିଜେପି। 

BJD BJP Congress Odisha Politics
Advertisment
Advertisment