Advertisment

ଅଶ୍ୱିନୀଙ୍କୁ ସମ‍ର୍ଥନ ପାଇଁ ପ୍ରଦୀପଙ୍କୁ ଭେଟିଛନ୍ତି ମନମୋହନ !

ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pradeep Panigrahi

Pradeep Panigrahi

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରେ ମନମୋହନ ଭେଟିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ମନମୋହନ, ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

Advertisment

ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କିଛି ମାସ ହେଲା ଚର୍ଚ୍ଚା ହୋଇଆସୁଛି । ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି। ଏସବୁ ଭିତରେ ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଅନ୍ୟପଟେ ରାଜ୍ୟସଭା କ୍ଷେତ୍ରରେ ରିପିଟ୍‌ ହେଲା ୨୦୧୯ ଗଣିତ । ୨୦୨୪ ପାଇଁ ସମାନ ଫର୍ମୁଲା ଆପଣାଇଲା BJD । BJP ପ୍ରାର୍ଥୀଙ୍କୁ BJD ପୁଣି କଲା ଦୃଢ଼ ସମର୍ଥନ । ୨୦୧୯ରେ ଅଶ୍ୱିନୀ ବୈଷ୍ଣବଙ୍କୁ BJP ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଆଉ ସଂଖ୍ୟା ଗରିଷ୍ଠତା କାରଣରୁ ସମର୍ଥନ ଜଣାଇଥିଲା BJD । ଆଉ ଏବେ ଅର୍ଥାତ୍ ୨୦୨୪ ପାଇଁ BJP ପୁଣି ଅଶ୍ୱିନୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାବେଳେ BJD ଏହାକୁ ସମର୍ଥନ ଜଣାଇଛି ।

Advertisment

ସମର୍ଥନକୁ ନେଇ BJD ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଛି । ଯେଉଁଥିରେ ଅଶ୍ୱିନୀ ବୈଷ୍ଣବଙ୍କୁ BJD ସମର୍ଥନ କରିଥିବା ଦର୍ଶାଯାଇଛି । ରାଜ୍ୟସଭା ପାଇଁ ଓଡ଼ିଶାର ୩ଟି ଆସନ ଖାଲି ହୋଇଥିଲା । BJD ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଥିଲା ।

BJD BJP Congress Odisha Politics
Advertisment
Advertisment