Advertisment

ରାସନ୍ ବ୍ୟାଗ୍ ପଲିଟିକ୍ସ ! ଡିଲର ପଏଣ୍ଟରେ 5T ଲୋଗୋ ଥିବା ବ୍ୟାଗ୍ ପୋଡ଼ିଲା BJP

ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ ।

author-image
Satyendu Shekher Mishra
undefined

Ration card Bag Politics

କେନ୍ଦ୍ରୀୟ ଯୋଜନା ହାଇଜାକର ନୂଆ ଫର୍ମୁଲା। କେନ୍ଦ୍ରର ଚାଉଳ, ରାଜ୍ୟର ବ୍ୟାଗ୍। ବ୍ୟାଗ୍ ଉପରେ ଓଡ଼ିଶା ସରକାର ଆଉ 5Tର ଲୋଗୋ। ପୁଣି ଆମ ଓଡିଶା ନବୀନ ଓଡିଶାର ଚିହ୍ନ। ଯାହାକୁ ନେଇ ଏବେ ରାଜନୀତି ତେଜିଲାଣି। ବିଭିନ୍ନ ସ୍ଥାନରେ ଏହି ବ୍ୟାଗକୁ ପୋଡିଛି ବିଜେପି। ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ରାସନ ବଣ୍ଟନ କେନ୍ଦ୍ରରେ ବ୍ୟାଗଗୁଡ଼ିକରେ ଚାଉଳ ଦେବାକୁ ବିରୋଧ କରିଥିଲେ ସ୍ଥାନୀୟ ବିଜେପି ନେତା। ହେଲେ ରିଟେଲର ନଶୁଣିବାରୁ ରାସନ କେନ୍ଦ୍ରରେ ଥିବା ସବୁ ବ୍ୟାଗକୁ ରାସ୍ତାକୁ ଆଣି ନିଆଁ ଲଗାଇ ଦେଇଥିଲେ ବିଜେପି କର୍ମୀ।

Advertisment

ସେହିଭଳି ୨ ଦିନ ତଳେ ବାଲୁଗାଁ NACର ଏକ ଡିଲର ପଏଣ୍ଟରେ ବ୍ୟାଗ ପୋଡିଥିଲେ ବିଜେପି ନେତା ପୃଥୀରାଜ ହରିଚନ୍ଦନ ଓ ତାଙ୍କ ସମର୍ଥକ। ବଡ଼ କଥା ହେଲା ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦିଆସରିଥିଲେ ମଧ୍ୟ ଖାଲି ବ୍ୟାଗ ଦେବାକୁ ହିତାଧିକାରୀଙ୍କୁ ବଣ୍ଟନ କେନ୍ଦ୍ରକୁ ଡକାଯାଉଛି। ଜୟପୁରରେ ଏପ୍ରିଲ ମାସ ଯାଏଁ ଚାଉଳ ଦିଆସରିଥିଲେ ମଧ୍ୟ ଏବେ ଖାଲି ବ୍ୟାଗ ବାଣ୍ଟୁଛନ୍ତି ରିଟେଲର।

ଏଠି ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ବିଜେଡି ସରକାରର ଏହି ବ୍ୟାଗ୍ ଯୋଜନା ? ଖାଲି ଝୋଟ ବ୍ୟାଗରୁ କଣ ଫାଇଦା ପାଇବେ ହିତାଧିକାରୀ ? ନା ବିଜେଡି ସରକାରର ପ୍ରଚାର ପ୍ରସାର ପାଇଁ ଷ୍ଟ୍ରାଟେଜି ? ବ୍ରାଣ୍ଡିଂ ଚୋରି ପାଇଁ ଉଦ୍ୟମ କି ? ଚାଉଳରୁ ରାଜ୍ୟ ସରକାରଙ୍କ ଚେର କଟିବା ପରେ ଶ୍ରେୟ ଚୋରାଇବାକୁ ଉଦ୍ୟମ କି ?

Advertisment

୨୦୧୪ ଓ ୨୦୧୯ ନିର୍ବାଚନରେ କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନ ବଳରେ ଆସୁଥିବା ଚାଉଳକୁ ବ୍ରାଣ୍ଡ କରି ଭୋଟ୍ ଗୋଟାଇଥିଲା ବିଜେଡି। ସେତେବେଳେ ଚାଉଳ କିଲୋ ପ୍ରତି କେନ୍ଦ୍ର ସରକାର ୨୭ ଟଙ୍କା ଦେଉଥିବା ବେଳେ ମାତ୍ର ୨ ଟଙ୍କା ଦେଇ ଶ୍ରେୟ ନେଉଥିଲେ ରାଜ୍ୟ ସରକାର।

ହେଲେ ଏବେ ସଂପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବା ପରେ ଚିନ୍ତାରେ ପଡିଯାଇଛି ଶାସକ ବିଜେଡି। ତେଣୁ କାଉଣ୍ଟର ଲାଗି ନିକଟରେ ସବୁ ରାସନ ସାମଗ୍ରା ବଣ୍ଟନ କେନ୍ଦ୍ର ଆଗରେ ରାଜ୍ୟ ସରକାରଙ୍କ ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର। ଯାହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ଏବେ ପୁଣି ବ୍ୟାଗ ବଣ୍ଟନକୁ ନେଇ ବି ତେଜିଛି ରାଜନୀତି। ବିଜେପି କହିଛି ପ୍ରତ୍ୟେକ ରାସନ କେନ୍ଦ୍ରକୁ ଜଗିବ ଦଳ ।

ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେଉଥିବା ବେଳେ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୯ ଲକ୍ଷ ୯୭ ହଜାର ହିତାଧିକାରୀଙ୍କୁ ଚାଉଳ ଦେଉଛନ୍ତି ରାଜ୍ୟ ସରକାର। କିନ୍ତୁ ଉଭୟ ଯୋଜନାର ହିତାଧିକାରୀଙ୍କୁ ବ୍ୟାଗ୍ ଦେବାକୁ ନିଷ୍ପତ୍ତି କରିଛନ୍ତି। ଦେଖିବାର କଥା ବ୍ୟାଗ ରାଜନୀତି ଆଗକୁ କେଉଁ ମୋଡ ନେଉଛି।

BJD BJP Congress Odisha Politics
Advertisment
Advertisment