Advertisment

ଏଥର ଖଣ୍ଡଗିରି ମେଳାରେ ୧୨ଟି ଯାତ୍ରା ପାର୍ଟି

ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Khandagiri Mela 2024

Khandagiri Mela

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଖଣ୍ଡଗିରି ପ୍ରସିଦ୍ଧ କୁମ୍ଭ ମେଳା। ହୋମ ଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ। ମେଳା ପୂର୍ବରୁ ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରି ପାଦଦେଶରେ ପହଞ୍ଚିବା ସହ ହୋମ ଯଜ୍ଞ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି। ମାଘ ସପ୍ତମୀରେ ଖଣ୍ଡଗିରି ପାହାଡରେ ଥିବା ମାଆ ବାରଭୁଜାଙ୍କ ଆରମ୍ଭ ହେବ କୁମ୍ଭ ମେଳା।

Advertisment

କାଲି ସକାଳେ ଖଣ୍ଡଗିରି ପାହାଡରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ରାଧାକୁଣ୍ଡ, ଶ୍ୟାମ କୁଣ୍ଡରୁ କଳସ ଯାତ୍ରାରେ ପାଣି ଆଣି କୁମ୍ଭ ସ୍ଥାପନ କରାଯିବ। ଏହି ଯାତ୍ରା ପୂର୍ଣ୍ଣିମା ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ସେପଟେ ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି। 

Advertisment
Khandagiri Mela
Advertisment
Advertisment