/odishatv-khabar/media/post_attachments/uploadimage/library/16_9/16_9_0/Science_1708072905.jpg)
Science
ପାଣି କହିଲେ ଓଦାକୁ ହିଁ ବୁଝାଏ । ପାଣି ଲାଗିଲା ମାନେ ସେ ଜିନିଷ ହେଉ କି ଜନ୍ତୁ.. ସବୁକିଛି ଓଦା ହୋଇଯାଏ । କିନ୍ତୁ ଆପଣଙ୍କୁ ଯଦି କୁହାଯାଏ, ପାଣି ଲାଗିବା ସତ୍ତ୍ୱେ ଓଦା ହେବନି । ଆଶ୍ଚର୍ଯ୍ୟ ଲାଗିବ ନାଁ ନାହିଁ । ଏମିତି ଏକ ଘଟଣା ବର୍ତ୍ତମାନ ରାଜଧାନୀରେ ଘଟୁଛି । ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି ।
ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଏମିତି ଏକ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ଇନଟେରାକଟିଭ୍ ଫ୍ଲୋର୍ ଭାବେ ଏହାକୁ ନିର୍ମାଣ କରାଯାଇଛି ।
ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଏପରି ନିଆରା ଅନୁଭୂତି ମିଳୁଛି । ଲୋକେ ମଜା ନେଉଛନ୍ତି ଇନଟେରାକଟିଭ୍ ଫ୍ଲୋର୍ର । ଇନଟେରାକଟିଭ୍ ଟେକନୋଲୋଜିରେ ଉକ୍ତ ଚଟାଣଟି ନିର୍ମାଣ କରାଯାଇଛି । ଏହା ଏପରି ଏକ ଟେକନୋଲୋଜି, ଯେଉଁଥିରେ ବସ୍ତୁ ପ୍ରଥମତଃ ଜୀବନ୍ତ ପରି ଦିଶେ । ଫଳରେ ଚଟାଣ ହୋଇଥିଲେ ମଧ୍ୟ ଏହା ସତ ସତିକା ପାଣି ପରି ଦେଖାଯାଉଛି ।
ଯେଉଁଠି ବି ଚାଲିଲେ ସେଠି ପାଣି ଚହଲୁଛି । ଫଳରେ ଏହା ସତ ପାଣିର ଭ୍ରମ ସୃଷ୍ଟି କରୁଛି । ପାଣି ମଧ୍ୟରେ ମାଛ ଖେଳୁଛି । ଫଳରେ ପାଣି ମଧ୍ୟ ଚହଲୁଛି । ଏହା ଏପରି ନିର୍ମାଣ କରାଯାଇଛି ଯେ, ଯେକୌଣସି ବ୍ୟକ୍ତି ମଧ୍ୟ ଭ୍ରମରେ ପଡ଼ିଯିବ । ଏପରି ନିଆରା ଅନୁଭୂତି ମିଳୁଛି ଜନତା ମଇଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ।
ପାଣିରେ ଚାଲିବେ କିନ୍ତୁ ପାଦରେ ଲାଗିବନି ପାଣି। ଶୁଣିଲେ ଏହା ଆପଣଙ୍କୁ ଅବିଶ୍ୱସନୀୟ ଲାଗୁଥାଇପାରେ କିନ୍ତୁ ଦେଖିଲେ ହିଁ ବିଶ୍ୱାସ କରିପାରିବେ। ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଏମିତି ଏକ ପ୍ରଦର୍ଶନୀ ଦେଖିବାକୁ ମିଳିଛି।#Bhubaneswar#OTVpic.twitter.com/oXARvMSag1
— ଓଟିଭି (@otvkhabar) February 16, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)