Advertisment

ଖୁବଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ECI ଦେଲା କଡ଼ା ନିର୍ଦ୍ଦେଶ

ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

author-image
Manoranjan Behera
Election Commission

Election Commission

ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ କହିଲେ ଭାରତୀୟ ନିର୍ବାଚନ କମିଶନ(ECI)। ଓଡ଼ିଶାରେ ନିର୍ବାଚନ ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ। ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି। ମୋଟ ୩୭, ୮୦୯ ବୁଥ୍‌ରେ ଭୋଟ୍‌; ୨୨, ୬୮୫ରେ ୱେବକାଷ୍ଟିଂ ହେବ। ୪ ହଜାର ବୁଥ୍‌ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ’।

Advertisment

ଏ ଆହୁରି କହିଛନ୍ତି, କେଉଁଠି କିଛି ଗଡ଼ବଡ଼ି ହେଲେ ଲୋକେ କମିଶନଙ୍କୁ ଜଣାଇପାରିବେ। ନାମ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରିପାରିବେ ଲୋକେ। ଯେଉଁଠୁ ଅଭିଯୋଗ ଆସିବ, ୧୦୦ ମିନିଟ୍‌ ଭିତରେ ଆମେ ପହଞ୍ଚିବୁ। ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ମିଳିବ। ଅପରାଧିକ ମାମଲା ଥିଲେ ୩ ଥର ବିଜ୍ଞାପନ ଦେଇ ଜଣାଇବେ ପ୍ରାର୍ଥୀ।

ଏହାଛଡ଼ା ନିର୍ବାଚନ ନେଇ ପ୍ରତି ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ଇସିଆଇଙ୍କ କଡ଼ା ନିର୍ଦ୍ଦେଶ ମିଳିଛି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବା ସହ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ କହିଲେ ECI।

Advertisment

ପେଡ୍ ନ୍ୟୁଜ୍‌ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଇସିଆଇ। ପେଡ୍‌ ନ୍ୟୁଜ୍‌ ଅଭିଯୋଗ ଆସିଲେ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରାଯିବ। ଅଭିଯୋଗ ସତ ହୋଇଥିଲେ, ସମସ୍ତ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ। ଏହାଛଡ଼ା ସି- ଭିଜିଲ୍‌ ଜରିଆରେ ହିଂସାକାଣ୍ଡ, ବୁଥ୍‌ରେ ଗଣ୍ଡଗୋଳ ଉପରେ ନଜର ରଖାଯିବ। କେଉଁଠି କିଛି ଗଡ଼ବଡ଼ି ହେଲେ ଲୋକେ କମିଶନଙ୍କୁ ଜଣାଇପାରିବେ। ସି-ଭିଜିଲ୍‌ ଆପ୍‌ ଜରିଆରେ ଅଭିଯୋଗ ଜଣାଇ ପାରିବେ ଲୋକେ। ନାମ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରିପାରିବେ ଲୋକେ। ଯେଉଁଠୁ ଅଭିଯୋଗ ଆସିବ, ୧୦୦ ମିନିଟ୍‌ ଭିତରେ ଆମେ ପହଞ୍ଚିବୁ ବୋଲି ECI ପକ୍ଷରୁ କୁହାଯାଇଛି।

ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ମିଳିବ। ଅପରାଧିକ ମାମଲା ଥିଲେ ୩ ଥର ବିଜ୍ଞାପନ ଦେଇ ଜଣାଇବେ ପ୍ରାର୍ଥୀ।

Election Commission Odisha Politics 2024 General Election Rajiv Kumar
Advertisment
Advertisment