/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708221178.jpg)
Twincity Fog
ଉପକୂଳରେ ଘନ କୁହୁଡ଼ି । କୁହୁଡ଼ିର ମାତ୍ରା ଏତେ ଅଧିକ ଯେ ରାସ୍ତା ଦିଶୁନି । ଭିଜିବିଲିଟି କମିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି । ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଯାତାୟାତ ତଥା ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିପାରେ ।
ସେପଟେ ରାଜ୍ୟରେ ରାତି ତାପମାତ୍ରା ଆହୁରି ବଢ଼ିବ । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ତିନି ଦିନରେ ରାତି ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି।
ଉପକୂଳରେ ଘନ କୁହୁଡିର ଆସ୍ତରଣ। ଦୃଶ୍ୟମାନ କ୍ଷମତା କମିଯିବାରୁ ଯାତାୟତ ବାଧାପ୍ରାପ୍ତ। ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ କୁହୁଡି ଦେଖିବାକୁ ମିଳିଛି। ଟୁଇନସିଟିରେ ସକାଳୁ ସକାଳୁ ଦେଖାଦେଇଛି ଘନ କୁହୁଡି।#Cuttack#Bhubaneswar#Fog#OTVpic.twitter.com/v1PgC1MxTG
— ଓଟିଭି (@otvkhabar) February 18, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)