• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଂଗ୍ରେସକୁ ଆଉ ଏକ ଝଟକା । ଦଳ ଛାଡ଼ିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି ଅଂଶୁମାନ । ୨୦୧୪ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ା ରାଜନଗରରୁ କଂଗ୍ରେସର ବିଧାୟକ ଥିଲେ । ତେବେ ସେ କାହିଁକି ଦଳ ଛାଡ଼ିଲେ ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି ।

ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ । ଗତ ଦୁଇଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ । ଆଉ ଏବେ ଅଂଶୁମାନ । ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ପୂର୍ବତନ ବିଧାୟକମାନେ କଂଗ୍ରେସ ହାତ ଛାଡ଼ିବା ଦଳ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି ।

ସେପଟେ କର୍ମୀଙ୍କୁ ଉତ୍ସାହିତ କରି ୯ରୁ ୯୦ ମିଶନକୁ ରାଜ୍ୟରେ ସଫଳ କରିବାକୁ ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି ଓ ସଚିନ୍ ପାଇଲଟ୍ । ରାହୁଲ ଓ ଖଡଗେ ବି ପୁଣିଥରେ ଓଡ଼ିଶା ଆସିପାରନ୍ତି ପ୍ରଚାର କରିବାକୁ । ଦଳ ଏବେଠାରୁ ଟିକେଟ କସରତ ଆରମ୍ଭ କରିଦେଇଛି । କିଛି ନେତାଙ୍କୁ ପକ୍କା ଟିକେଟ୍ ମିଳୁଥିବା ନେଇ ଭିତିରିଆ ସିଗନାଲ୍ ଦିଆଯାଇଛି । ନିର୍ବାଚନର ଯଥେଷ୍ଟ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦଳ ୬୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯୋଜନା ରଖିଛି ।

ହେଲେ ଏପରି ସମୟରେ ଟାଣୁଆ ନେତାମାନେ କଂଗ୍ରେସର ହାତ ଛାଡ଼ିବା ଦଳ ଉପରେ ପ୍ରଭାବ ପଡ଼ିପାରେ । କାରଣ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଜଣକ ପରେ ଜଣେ ନତା କଂଗ୍ରେସ ଛାଡ଼ୁଛନ୍ତି । ଗତ ଦୁଇଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିବାବେଳେ ବର୍ତ୍ତମାନ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଛାଡିଛନ୍ତି କଂଗ୍ରେସ ।

  • Reported by:
  • JAGDISH DAS