Advertisment

ନବୀନଙ୍କ ଉତ୍ତରାଧିକାରୀ ମନ୍ତବ୍ୟକୁ କାଉଣ୍ଟର କଲେ ବୈଜୟନ୍ତ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Baijayant Panda On CM Naveen Patnaik Inheritance Remarks

Baijayant Panda

ନବୀନଙ୍କୁ ଭୋଟ ଦେଲେ ପାଣ୍ଡିଆନଙ୍କୁ ଯିବ ! ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନଙ୍କ ମନ୍ତବ୍ୟ ପ୍ରସଙ୍ଗରେ କାଉଣ୍ଟର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି । ତାଙ୍କ ମାଇକ୍‌ ଧରିବାଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ବି କରୁଛି । ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି । ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦିଅନ୍ତି ତେବେ ତାଙ୍କ ଭୋଟ୍‌ ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ ।

Advertisment

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ଓଡ଼ିଶାବାସୀ ମୋ ଉତ୍ତରାଧିକାରୀ ବାଛିବେ । ସେ ଆହୁରି କହିଛନ୍ତି, ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି । ସାରା ରାଜ୍ୟରେ ମୁଁ ନିର୍ବାଚନ ପ୍ରଚାର କରୁଛି । ମୋ ସ୍ୱାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ପାରିନଥାନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

Advertisment

ସେହିପରି ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ରଖି ନବୀନ କହିଛନ୍ତି, ଏଥର ବି ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ। ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠତା ପାଇବୁ । ଏହାବ୍ୟତୀତ ରାଜନୀତିରେ କାହାପ୍ରତି ଆକ୍ରୋଶ ନାହିଁ ବୋଲି ସେ କହିଛନ୍ତି। ସାଧାରଣ ଜୀବନରେ ମୁଁ କାହାପ୍ରତି କେବେ ଆକ୍ରୋଶ ଦେଖାଇନି। ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନେଇଥାଆନ୍ତି ବୋଲି ଉତ୍ତର ଦେଇଛନ୍ତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରରେ କିନ୍ତୁ ମିଳିଲାନି ବଡ଼ ଉତ୍ତର। ପ୍ରଚାରରେ କାହିଁକି ପାଣ୍ଡିଆନ ଏକା ନବୀନଙ୍କ ସହ ବୁଲୁଛନ୍ତି ତା’ର କୌଣସି ଉତ୍ତର ମିଳିଲା ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ପଚରା ଗଲାନି କି ମୁଖ୍ୟମନ୍ତ୍ରୀ ନିଜ ଆଡୁ ବି କହିଲେନି। ପାଣ୍ଡିଆନ୍‌ ଜଣେ ରାଜନେତା ବୋଲି କହିବା ସହ କଥାକୁ ଆଡେଇ ଯାଇଥିଲେ ନବୀନ।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ‘ଏକଜିଟ୍‌ ପୋଲ’ ପ୍ରସାରଣ, ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ECI

 

BJD General Election 2024 Congress BJP Odisha Politics
Advertisment
Advertisment