Advertisment

ପୁରୀ ବାଣ ବିସ୍ଫୋରଣ ଘଟଣା; ଚିକିତ୍ସାଧୀନ ଆଉ ୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ୬କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Puri  Fire Crackers Blast Updates

Puri Blast

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳେ ଜଣେ ଆହତ ଆଖି ବୁଜିଥିଲେ । ମୃତକମାନେ ହେଲେ ଖଣ୍ଡିଆବନ୍ଧରର ହେମନ୍ତ ସାହୁ, ନରେନ୍ଦ୍ର କୋଣର ଷଷ୍ଠ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନସାହୁ ଓ ଅନ୍ୟ ଜଣେହେଲେ ଖଣ୍ଡିଆବନ୍ଧର ୪ ବର୍ଷର ନାବାଳିକା ସମୃଦ୍ଧି ସାହୁ ।

Advertisment

ଏମାନଙ୍କୁ ମିଶାଇ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨୪ ଜଣ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ରାଶି ଦେବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଦୁଇ ଦିନ ତଳେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଚାପଖେଳ ବେଳେ ବାଣ ବିସ୍ଫୋରଣ; ଫୁଟାଇବା ପାଇଁ କିଏ ଦେଇଥିଲା ଅନୁମତି ?

Advertisment

ସୂଚନା ଅନୁସାରେ, ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ । ପୁଷ୍କରିଣୀ ଚାରିପଟେ ଭକ୍ତିରେ ତଲ୍ଲିନ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ । ହଠାତ୍ ଦେବୀ ଘାଟ ଦସତୁଠ ନିକଟରେ ହେଲା ବଡ଼ ଧରଣର ବିସ୍ଫୋରଣ । ଚାପ ଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା । ଆଉ ଦେଖୁ ଦେଖି ବାଣ ନିଆଁ ଆସି ଶ୍ରଦ୍ଧାଳୁଙ୍କ ଦେହରେ ପଡିଥିଲା । ନିମିଷକ ମଧ୍ୟରେ ନିଆଁରେ ପୋଡି ଯାଇଥିଲେ ପିଲାଠୁ ବଡ଼, ୩୦ରୁ ଅଧିକ ଶ୍ରଦ୍ଧାଳୁ ।

ବାଣ ବିସ୍ଫୋରଣ ପରେ ଜୀବନ ବଂଚାଇବାକୁ ନରେନ୍ଦ୍ର ପୁଷ୍କରିଣୀ ଭିତରକୁ ଡେଇଁପଡିଥିଲେ ଅନେକ । ବାଣ ନିଆଁ ଲାଗି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୩୦ରୁ ଅଧିକ ଆହତ । କଟକ SCBରେ କିଛି ଗୁରୁତର ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କର ଶରୀର ଶତ ପ୍ରତିଶତ ଜଳି ଯାଇଥିବା ବେଳେ ଆଉ ଜଣଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇଛି ।

ଭୁବନେଶ୍ୱରର ଏକାଧିକ ଘରୋଇ ହସ୍ପିଟାଲରେ ବି କିଛି ଆହତଙ୍କ ଚିକିତ୍ସା ଚାଲିଛି । ତେବେ ପ୍ରଶ୍ନ ଉଠୁଛି, ନରେନ୍ଦ୍ର ପୁଷ୍କରିଣୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି କେମିତି ମିଳିଥିଲା ? କିଏ ଦେଇଥିଲା ? ବିପୁଳ ପରିମାଣର ବିସ୍ଫୋରକ ବାଣ ଫୁଟାଇବାକୁ ପ୍ରଶାସନର କିଛି ଗାଇଡଲାଇନ୍ ନଥିଲା କି ? ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ ବୋଲି ପ୍ରଶାସନ ଜାଣି ବି ବ୍ୟବସ୍ଥା କାହିଁକି କରିନଥିଲା ? ସୁରକ୍ଷା ଦାୟିତ୍ୱରେ ପର୍ଯ୍ୟାପ୍ତ ପୋଲିସ ନଥିଲେ କି ?

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Fire Crackers
Advertisment
Advertisment