Advertisment

କୁଆଡ଼େ ଗଲେ ବିଜେଡି ନେତା ଖଗେଶ୍ୱର ? ୧୬ ଘଣ୍ଟା ଧରି ମିଳୁନି ପତ୍ତା...

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେଡି ନେତା ଖଗେଶ୍ୱର ଲେଙ୍କାଙ୍କ ୧୬ ଘଣ୍ଟା ଧରି ମିଳୁନି ପତ୍ତା। ଖଗେଶ୍ୱର ଲେଙ୍କାଙ୍କ ଘର ବାହାରେ ଜଗିଛି ସ୍କ୍ବାଡ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJD Leader Khageshwar Lenka Missing Amid Election Money Distribution Allegations

BJD leader Khageshwar Lenka

ବିଜେଡି ନେତା ଖଗେଶ୍ବର ଲେଙ୍କା କୁଆଡ଼େ ଗଲେ ? କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେଡି ନେତା ଖଗେଶ୍ବର ଲେଙ୍କାଙ୍କ ୧୬ ଘଣ୍ଟା ଧରି ମିଳୁନି ପତ୍ତା। ତାଙ୍କ ପୋଖରିଆପଡ଼ା ଘର ବାହାରେ ଆୟକର ବିଭାଗ, ପୋଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ବାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଜଗି ରହିଛି। ତାସହ ବିଭିନ୍ନ ସ୍ଥାନରେ ତଦନ୍ତ କରାଯାଉଛି। 

Advertisment

ଗତକାଲି ରାତିରେ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ଖଗେଶ୍ବର ଲେଙ୍କାଙ୍କ ଘରେ ଚଢ଼ାଉ କରିଥିଲା ସ୍କ୍ବାଡ୍। ନିର୍ବାଚନରେ ଟଙ୍କା ବଣ୍ଟା ନେଇ ଖଗେଶ୍ବରଙ୍କ ନାଁରେ ଅଭିଯୋଗ ନିର୍ବାଚନ କମିଶନଙ୍କ ପାଖରେ ଥିଲା। ଏହାପରେ କେନ୍ଦ୍ରୀୟ ଏଜେନସି ଖଗେଶ୍ବରଙ୍କୁ ପଚରାଉଚରା କରିବାକୁ ଯାଇଥିଲେ। ସେବେଠୁ ତାଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳିନି।

ଅଧିକ ପଢ଼ନ୍ତୁ: ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ...

Advertisment

ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ମତଦାନ ହେବ । ସେହିପରି ରାଜ୍ୟରେ ୬ ଲୋକସଭା କ୍ଷେତ୍ର ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେଥିପାଇଁ ଏବେ ବୁଥ ମୁହାଁ ପୋଲିଂ ପାର୍ଟି । ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଭୋଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ଅନ୍ୟପଟେ ମତଦାନ ପାଇଁ କେନ୍ଦ୍ରାପଡାରେ ବୁଥକୁ ଯାଇଛନ୍ତି ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟରେ ପାଟକୁରା, ଆଳି ଓ ମହାକାଳପଡା ନିର୍ବାଚନମଣ୍ଡଳୀ ପାଇଁ ପୋଲିଂ ପାର୍ଟି ପଠାଯାଇଛି । ପୋଲିଂ କର୍ମଚାରୀ କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା କେନ୍ଦ୍ରରୁ ମତଦାନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ EVM ଇତ୍ୟାଦି ନେଇ ବୁଥକୁ ଯାଇଛନ୍ତି । ନିର୍ବାଚନ ପରିଚାଳନା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନିର୍ବାଚନ ପରିଚାଳନାରେ ପ୍ରାୟ ୧୮ କମ୍ପାନୀ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ପକ୍ଷରୁ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ କରାଯାଇଛି । 

ଅଧିକ ପଢ଼ନ୍ତୁ: ଅଶ୍ୱିନୀ ପ୍ରମାଣ ଦେଲେ, BJD ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଭଣ୍ଡାଉଛି !

Odisha Election BJD Leaders Odisha Politics General Election 2024
Advertisment
Advertisment