/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1717150845.jpg)
Heat Wave
ଦୁଇ ଦିନ ତଳେ ଦେଶରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ଥିଲା । ଆଉ ଆଜି ନାଗପୁର । ଦିଲ୍ଲୀରେ ୫୨ ଡିଗ୍ରୀ ଥିବା ବେଳେ ଘରୁ ବାହାରିବାକୁ ଲୋକେ ଡରୁଥିଲେ । ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଥିଲା । ଏବେ ନାଗପୁରରେ ୫୬ ଡିଗ୍ରୀ ଛୁଇଁଲାଣି । ତେବେ ଅନୁମାନ କରନ୍ତୁ ଏଠାରେ ଲୋକଙ୍କ ଅବସ୍ଥା କେମିତି ଥିବ । କେମିତି ଦିନ କାଟୁଥିବେ ଲୋକେ । ୫୬ ଡିଗ୍ରୀ ସହ ନାଗପୁର, ଦେଶର ସବୁଠାରୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।
ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ନାଗପୁରରେ ୫୬ ଡିଗ୍ରୀ ପହଞ୍ଚିଛି । ଏଠାରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଏମିତିକି ଏକ ପ୍ରକାର ଡରୁଛନ୍ତି । କାରଣ ଖରାରେ ସନ୍ସ୍ଟ୍ରୋକ୍ର ମାତ୍ରା ବି ବଢ଼ିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ଭାଙ୍ଗିଲା ସବୁ ରେକର୍ଡ ! ଗ୍ୟାସ୍ ଚୁଲାରେ ସିଝୁଛି ଦିଲ୍ଲୀ ସହର, ୫୨.୩ ଡିଗ୍ରୀ ଛୁଇଁଲା ପାରଦ...
ଏପଟେ ଓଡ଼ିଶାରେ ବି ସ୍ଥିତି ସାଂଘାତିକ । ବଢ଼ିବାରେ ଲାଗିଛି ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଉରକେଲା RGHରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି । ସେହିପରି ସୁନ୍ଦରଗଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ତେବେ ସନ୍ଦେହ କରାଯାଉଛି କି ଅଂଶୁଘାତରୁ ସେମାନଙ୍କର ମୃତ୍ୟୁ ହୋଇଥାଇପାରେ । ତେଣୁ ଅଂଶୁଘାତକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ସେହିଭଳି ଝାରସୁଗୁଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।
ଅନ୍ୟପଟେ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତରେ ଦିଲ୍ଲୀ ସମେତ ଅନେକ ସ୍ଥାନରେ କଲବଲ କରୁଛି ତାତି। ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସହ୍ୟ ହୋଇପଡିଛି। ଉତ୍ତାପ କାରଣରୁ ଦେଶବ୍ୟାପୀ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ ହୋଇଛି। ରିପୋର୍ଟ ଅନୁସାରେ, ହିଟ୍ ୱେଭ୍ କାରଣରୁ ବିହାରରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୭ ଜଣ ଔରଙ୍ଗାବାଦର, ୬ ଜଣ ଆରହ, ଗୟା ଓ ରୋହତସରେ ୩ ଜଣ ଲେଖାଏଁ, ବକ୍ସରରେ ୨ ଏବଂ ପାଟନାରୁ ଜଣେ ଅଛନ୍ତି।
ଅଧିକ ପଢ଼ନ୍ତୁ: ମୁଣ୍ତ ନେଉଛି ହିଟୱେଭ୍ ! ଦିନକରେ ଗଲାଣି ୧୪ ଜୀବନ
ସେହିପରି ଓଡ଼ିଶାର ରାଉରକେଲାରେ ହିଟ୍ ୱେଭ୍ କାରଣରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଝାଡ଼ଖଣ୍ଡର ପାଲାମୁ ଏବଂ ରାଜସ୍ଥାନରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶର ସୁଲତାନପୁରରେ ଜଣଙ୍କର ଜୀବନ ଯାଇଛି। ଏହାପୂର୍ବରୁ ବିହାରର ଦରଭଙ୍ଗାର ଜଣେ ୪୦ ବର୍ଷ ବୟସ ବ୍ୟକ୍ତିଙ୍କର ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରର ତାପମାତ୍ରା ୧୦୮ ଡିଗ୍ରୀ ଫାରେନହାଇଟ୍ ଛୁଇଁଯିବାରୁ ଅଙ୍ଗ ପ୍ରତ୍ୟଙ୍ଗ କାମ କରିନଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭାରତ ପାଣିପାଗ ବିଭାଗ (IMD) ରିପୋର୍ଟ ଅନୁସାରେ, ଗୁରୁବାର ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ସର୍ବାଧିକ ତାପମାତ୍ରା ୪୫-୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ସେହିପର ପଶ୍ଚିମ ମଧ୍ୟପ୍ରଦେଶ, ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନମ, ଗୁଜରାଟ, ତେଲାଙ୍ଗାନା ଆଦି ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍ ରହିଥିଲା। ଏସବୁ ଅଞ୍ଚଳରେ ସ୍ୱାଭାବିକଠାରୁ ୩-୬ଡିଗ୍ରୀ କମ୍ ତାପମାତ୍ରା ସହ ୪୨-୪୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)