/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717060137.jpg)
Ashwini Vaishnaw
ବିଜେଡି ଆଗରେ ଜବରଦସ୍ତ ତଥ୍ୟ ରଖି କାଉଣ୍ଟର କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ବିଜେଡିର ବିଜ୍ଞାପନ ମିଛ ବୋଲି ପ୍ରମାଣ କରିଛନ୍ତି । ଲୋକଙ୍କୁ ମିଛ ବିଜ୍ଞାପନ ଦେଇ ବିଜେଡି ଠକୁଥିବା ପ୍ରମାଣିତ ହୋଇଛି । ରେଳ ପ୍ରକଳ୍ପ ଓ ମୋବାଇଲ ଟାୱାର ପ୍ରସଙ୍ଗରେ ବିଜେଡି ବିଭିନ୍ନ ଖବରକାଗଜରେ ଯେଉଁ ବିଜ୍ଞାପନ ଦେଇଥିଲା ତାହା ଡାହା ମିଛ ବୋଲି କହିଛନ୍ତି ଅଶ୍ୱିନୀ ।
BJD says poor telecom connectivity!
Truth:
2014: Towers in Odisha = 7,562
2024: Towers in Odisha = 28,274 (3.74 times)— Ashwini Vaishnaw (मोदी का परिवार) (@AshwiniVaishnaw) May 30, 2024
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ
ସେ ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇଛନ୍ତି । ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ରଖିଛନ୍ତି । ‘ଏକ୍ସ’ରେ ତଥ୍ୟ ରଖି କଡ଼ା କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ବଳ ଟେଲିକମ ସଂଯୋଗ ଅଭିଯୋଗକୁ ନେଇ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି ।
Prime Minister Shri @narendramodi Ji has already sanctioned 5,333 mobile towers worth Rs. 5034 crore for Odisha.
— Ashwini Vaishnaw (मोदी का परिवार) (@AshwiniVaishnaw) May 30, 2024
ସେ କହିଛନ୍ତି ୨୦୧୪ରେ ଓଡ଼ିଶାରେ ୭୫୬୨ ଟାୱାର ରହିଥିଲା । ହେଲେ ୨୦୨୪ରେ ୨୮୨୭୪ ଟାୱାର ରହିଛି । ୨୦୧୪ ଅପେକ୍ଷା ୨୦୨୪ରେ ୪ ଗୁଣ ଅଧିକ ମୋବାଇଲ ଟାୱାର ବସିଛି ଓଡ଼ିଶାରେ । ୬ ବର୍ଷରେ କୌଣସି ନୂଆ ରେଳ ଲାଇନ୍ ହୋଇ ନଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କଲେ ଅଶ୍ୱିନୀ । ସେ କହିଛନ୍ତି ଗତ ୧୦ ବର୍ଷରେ ଓଡ଼ିଶାରେ ୧୮୨୬ କିମି ନୂଆ ରେଳ ଲାଇନ୍ ହୋଇଛି । ଯାହାକି ଶ୍ରୀଲଙ୍କାର ପୂରା ରେଳ ନେଟୱାର୍କ ଠାରୁ ଅଧିକ ।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ‘ଏକଜିଟ୍ ପୋଲ’ ପ୍ରସାରଣ, ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ECI
BJD says “No new railway line built in the last 6 years”.
Truth: PM @narendramodi Ji has built 1,826 km railway lines in Odisha in the last 10 years.
This is more than the entire railway network of Sri Lanka.— Ashwini Vaishnaw (मोदी का परिवार) (@AshwiniVaishnaw) May 30, 2024
ଅନ୍ୟପଟେ ଆଜି ନବୀନଙ୍କ ଉତ୍ତରାଧିକାରୀ ମନ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ନବୀନଙ୍କୁ ଭୋଟ ଦେଲେ ପାଣ୍ଡିଆନଙ୍କୁ ଯିବ ! ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନଙ୍କ ମନ୍ତବ୍ୟ ପ୍ରସଙ୍ଗରେ କାଉଣ୍ଟର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ‘ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି । ତାଙ୍କ ମାଇକ୍ ଧରିବାଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ବି କରୁଛି । ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି । ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦିଅନ୍ତି ତେବେ ତାଙ୍କ ଭୋଟ୍ ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ’ ।
ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି , ଓଡ଼ିଶାବାସୀ ମୋ ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି । ସାରା ରାଜ୍ୟରେ ମୁଁ ନିର୍ବାଚନ ପ୍ରଚାର କରୁଛି । ମୋ ସ୍ୱାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ପାରିନଥାନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)