Advertisment

ଜାଳୁଛି, ଜଳାଉଛି...ରାଜ୍ୟରେ କଲବଲ କରୁଛି ତାତି

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି। ଗତକାଲି୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ।

author-image
Sujit kumar Swain
ଅଦ୍ୟତନ ହୋଇଛି
heat Wave

heat Wave

ରାଜ୍ୟରେ କଲବଲ କରୁଛି ତାତି। ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି। ଗତକାଲି୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ। ଚଳିତ ସିଜନର ଏହା ହେଉଛି ସର୍ବୋଚ୍ଚ ଦିନ ତାପମାତ୍ରା । ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଥିଲା । ଆଗାମୀ ୨ରୁ ୩ ଦିନ ଯାଏ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଏବଂ ଗ୍ରୀଷ୍ମ ଆଦ୍ରତା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାପମାତ୍ରା ବୃଦ୍ଧି ପରେ ଅଂଶୁଘାତ ଆଶଙ୍କା ବଢ଼ିଛି। ଏନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ୍ ଅଂଶୁଘାତ କକ୍ଷରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ତାପମାତ୍ରା ବୃଦ୍ଧି ଯୋଗୁଁ ଅସୁସ୍ଥ ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଅନ୍ୟପଟେ ଦେଶର ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍। ରାଜ୍ୟର ୪ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି ଜାରି ରହିବାକୁ ଥିବା ବେଳେ, ସେପଟେ ଦୁଇଦିନ ଆଗରୁ କେରଳକୁ ଭିଜାଇଛି ମୌସୁମୀ ବର୍ଷା।

ଉତ୍ତର ଭାରତରେ ସବୁ ରେକର୍ଡ ଭାଙ୍ଗୁଛି ହିଟୱେଭ୍। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ। ପ୍ରାୟ ୫୦ ଡିଗ୍ରୀ ଉତ୍ତାପ ସହ ଏହିସବୁ ରାଜ୍ୟ କିଛି ଦିନ ହେଲା ଅସହ୍ୟ ତାତିରେ ଜଳୁଛି। ଏବେ ମଧ୍ୟପ୍ରଦେଶ ଓ ବିହାରର କିଛି ଅଂଶକୁ ବି କବଳିତ କଲାଣି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ଗତ ୨୪ ଘଣ୍ଟାରେ ବୁନ୍ଦେଲଖଣ୍ଡ ଅଞ୍ଚଳର ମହୋବା ଜିଲ୍ଲାରେ ୭ ଜଣଙ୍କ ଜୀବନ ନେଇଛି ହିଟ୍ ଷ୍ଟ୍ରୋକ୍। ଦିଲ୍ଲୀରେ ବି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ ସିଟିର ଚାଣକ୍ୟପୁରୀ ସମେତ ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ବେଳେ, ଟ୍ୟାଙ୍କର ଦ୍ୱାରା ଶୋଷ ମେଣ୍ଟାଇବାକୁ ଚେଷ୍ଟା ଚାଲିଛି। ତେବେ ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ହେବା ପରେ, ଉତ୍ତର ପଶ୍ଚିମକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ସେପଟେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ବି ସ୍ପର୍ଶ କରିଛି ମୌସୁମୀ। ସାଧାରଣତଃ ମୌସୁମୀ ବାୟୁ ଜୁନ ୧ରେ କେରଳ ଓ ଜୁନ ୫ରେ ନର୍ଥଇଷ୍ଟକୁ ଛୁଉଁଥିବା ବେଳେ, ଏବର୍ଷ ଏକା ସାଙ୍ଗରେ ଦୁଇଟି ସ୍ଥାନକୁ ସ୍ପର୍ଶ କରିବା ଏକ ବିରଳ ଘଟଣା। ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ମୌସୁମୀ ଓଡ଼ିଶାରେ କେବେ ପହଞ୍ଚିବ, ତାହା ଏବେ ସୁଦ୍ଧା ଆକଳନ କରାଯାଇନି।

ଅଧିକ ପଢ଼ନ୍ତୁ: ଆକାଶରୁ ଖସୁଛି ନିଆଁ ଝୁଲ; ୪୬ ଡିଗ୍ରୀ ଉପରେ ରାଜ୍ୟର ୪ ସହର

Rephrase with Ginger (Ctrl+Alt+E)
Heat Wave Weather Update
Advertisment
Advertisment