Advertisment

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି, ଲୋକେ ସ୍ଥିର କରିବେ...

ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Pandian is not my Inheritance said CM Naveen Patnaik

Pandian is not my Inheritance said CM Naveen Patnaik

ବିଜେପିର ଘନଘନ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ANIକୁ ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଛନ୍ତି ନବୀନ। ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।

Advertisment

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଥିପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ। ଏହାରି ଭିତରେ ବିଜେପିର ହେଭିୱେଟ୍‌ ଘନଘନ ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁସ୍ଥ ନଥିବା କହିବା ସହ ଏହା ପଛରେ କାହାର ଷଡଯନ୍ତ୍ର ଅଛି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ଗତକାଲି ପ୍ରେସ୍‌ମିଟ୍‌ କରି ସୁସ୍ଥ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ସଭାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

Advertisment

ଆଜି ANIକୁ ସାକ୍ଷାତକାର ଦେବା ସହ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ। ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି। ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି। ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେହିପରି ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ରଖି ନବୀନ କହିଛନ୍ତି, ଏଥର ବି ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ। ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠତା ପାଇବୁ । ଏହାବ୍ୟତୀତ ରାଜନୀତିରେ କାହାପ୍ରତି ଆକ୍ରୋଶ ନାହିଁ ବୋଲି ସେ କହିଛନ୍ତି। ସାଧାରଣ ଜୀବନରେ ମୁଁ କାହାପ୍ରତି କେବେ ଆକ୍ରୋଶ ଦେଖାଇନି। ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନେଇଥାଆନ୍ତି ବୋଲି ଉତ୍ତର ଦେଇଛନ୍ତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରରେ କିନ୍ତୁ ମିଳିଲାନି ବଡ଼ ଉତ୍ତର। ପ୍ରଚାରରେ କାହିଁକି ପାଣ୍ଡିଆନ ଏକା ନବୀନଙ୍କ ସହ ବୁଲୁଛନ୍ତି ତା’ର କୌଣସି ଉତ୍ତର ମିଳିଲା ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ପଚରା ଗଲାନି କି ମୁଖ୍ୟମନ୍ତ୍ରୀ ନିଜ ଆଡୁ ବି କହିଲେନି। ପାଣ୍ଡିଆନ୍‌ ଜଣେ ରାଜନେତା ବୋଲି କହିବା ସହ କଥାକୁ ଆଡେଇ ଗଲେ ନବୀନ।

ଅଧିକ ପଢ଼ନ୍ତୁ: ବିଜେଡିର 'ରତ୍ନଭଣ୍ଡାର' ସ୍ପଷ୍ଟୀକରଣ ଚେଷ୍ଟା; ପୁଣି ଟାର୍ଗେଟ୍ କଲା ବିଜେପି

ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଜି ନୁହେଁ ଦୀର୍ଘଦିନରୁ ଚର୍ଚ୍ଚା ଲାଗିରହିଛି । ୨୦୧୯ ନିର୍ବାଚନ ସମୟରେ ବି ଯେତେବେଳେ ଏଇ ପ୍ରସଙ୍ଗ ଉଠିଥିଲା, ସେତେବେଳେ ତା’ର କାଉଣ୍ଟରରେ ନବୀନ ଏକ୍ସରସାଇଜ୍ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏପରିକି ଏକଦା ନବୀନଙ୍କ ଘନିଷ୍ଠ ବୈଜୟନ୍ତ ପଣ୍ଡା ବି ଯେତେବେଳେ ଏଇ କଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସେତେବେଳେ ବି ତାଙ୍କୁ ତୀବ୍ର ବିରୋଧ କରାଯାଇଥିଲା ।

ହେଲେ ପରବର୍ତ୍ତୀ ସମୟରେ ବିଶେଷ କରି କୋଭିଡ ପରେ ବର୍ଷ ବର୍ଷ ଧରି ନବୀନ ତାଙ୍କ ଦପ୍ତର ନ ଯିବା, ଚଳିତ ନିର୍ବାଚନ ସମୟରେ ବି ଗତଥର ତୁଳନାରେ କମ୍ ରାଲି, ରୋଡ୍ ସୋ’ କରିବା, ଅତି ସଂକ୍ଷିପ୍ତ ଭାଷଣ ରଖିବା ଭଳି କାରଣରୁ ଯେତେବେଳେ ବି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି, ସେତେବେଳେ ବି ନବୀନ ଫିଟ୍ ଥିବାର ଭିଡିଓ ଆସିଛି । ନହେଲେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏହା ଅଭଦ୍ର ଅଶ୍ଳୀଳ ଟିପ୍ପଣୀର ଆଖ୍ୟା ଦିଆଯାଇ ଦବେଇବାର ଉଦ୍ୟମ ହୋଇଛି। ହେଲେ ପ୍ରତିଥର ଦବିବା ବଦଳରେ ଆହୁରି ଫୁଟି ବାହାରିଛି ଏ ପ୍ରସଙ୍ଗ ।

ନିକଟରେ ଭରା ସଭାମଞ୍ଚରେ ନବୀନଙ୍କ ଭାଷଣ ବେଳର ଏକ ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ ପରେ ତିନି ତିନିଟି ନିର୍ବାଚନୀ ସଭା ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଖୋଦ୍ ପିଏମ୍ ମୋଦିଙ୍କ ଉଦବେଗ ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏ ମନ୍ତବ୍ୟର ବି ତତ୍କାଳ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା ପୂରା ଠିକ୍ ଅଛି ।

Naveen Patnaik BJD CM Naveen Patnaik Odisha Election Odisha Politics General Election 2024
Advertisment
Advertisment