ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି।
ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥି-୩ୟା ସନ୍ଧ୍ୟା ୦୬.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ । ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି ।
କେନ୍ଦ୍ରାପଡ଼ାର ଆଳି, ଜଗତସିଂହପୁରର କୁଜଙ୍ଗ, ବାଲେଶ୍ୱରର ରେମୁଣା..ଗୋଟିଏ ଦିନରେ ତିନି ତିନିଟି ମାରାଥନ୍ ଜନସଭା। ମୋଦିଙ୍କ ବିକାଶ ଗ୍ୟାରେଣ୍ଟି ଗଣେଇ ଭୋଟ୍ ମାଗିବା ସହ ନବୀନ ସରକାର ଓ ତାମିଲବାବୁଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହମଲା ପରେ ହମଲା।
ଭୋଟ୍ ଦେଲା ଓଡ଼ିଶା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା ।
୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।
ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ ।
ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି ।
ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍ ଅଚଳ ହୋଇଯାଇଛି।
ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି।
ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି
୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ ।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖିଛନ୍ତି ଭି.କେ.ପାଣ୍ଡିଆନ।
ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି ।
ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ।