Advertisment

କୁଆଡ଼େ ଆସିଛ.. ଆମ ଗାଁ ପାଇଁ କ’ଣ କରିଛ.. ଏଯାଏଁ କେଉଁଠି ଥିଲ..?

ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Atanu Sabysachi Nayak Faces Problem During election Campaign

Atanu Sabysachi Nayak

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବତୀଘର ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ । ଲୋକଙ୍କ ବିରୋଧ ପରେ ଅତନୁ ଡଙ୍ଗାରେ ପଳାଇଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

Advertisment

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଗତକାଲି ଅତନୁ ବତୀଘର ପଞ୍ଚାୟତ ଅଧୀନରେ ଥିବା ଉତ୍ତର ବରକୋଳି ଖଳା ଗାଁକୁ ଆସିଥିଲେ । ତେବେ ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦା ଘେରି ଯାଇ ଅଞ୍ଚଳର ପାନୀୟ ଜଳ ସମେତ ଅନ୍ୟ ମୌଳିକ ସୁବିଧା ଲାଗି କଣ କରିଛ ବୋଲି ପ୍ରଶ୍ନ କରିଥିଲେ । ଅତନୁ ଲୋକଙ୍କୁ ସାମ୍ନା ନକରି ପାରି ଏକ ଡଙ୍ଗାରେ ଦକ୍ଷିଣ ବରକୋଳି ଖଳା ଗାଁ ଦେଇ ପଳାଇଥିବା ଲୋକେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଯାହାର ଭିଡିଓ ଭାଇରାଲ୍ ହେଉଛି । ତେବେ ଏହାକୁ ନେଇ ଅତନୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଥାନାରେ ତଳେ ବସାଇଥିଲେ, ପାଣି ବି ଦେଇନଥିଲେ: ପୀତାମ୍ବର ଆଚାର୍ଯ୍ୟ

Advertisment

ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ। 

ଉତ୍ତର ବରକୋଳିଖଳାଗାଁର ଜଣେ ବାସିନ୍ଦା କହିଛନ୍ତି, ଅତନୁ ସବ୍ୟସାଚୀ ପ୍ରଚାର ପାଇଁ ଆସିବା ବେଳେ ଲୋକମାନେ ଗରାମାଠିଆ ନେଇ ଗାଁ ମୁଣ୍ଡରେ ଠିଆ ହୋଇଥିଲେ। ଯଦି ପାଣି ମୁନ୍ଦେ ଦେଇପାରିବେନି, ତାହାହେଲେ କାହିଁକି ଭୋଟ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ପରେ ଅତନୁ ସବ୍ୟସାଚୀ ଲୋକଙ୍କ ପ୍ରଶ୍ନରେ କିଛି ଉତ୍ତର ନଦେଇ ଡଙ୍ଗାରେ ପଳାଇଥିଲେ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। 

ଅଧିକ ପଢ଼ନ୍ତୁ: ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ...

Odisha Election BJD General Election 2024 Congress BJP Odisha Politics
Advertisment
Advertisment