• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଜଗଦ୍ଦେବଙ୍କ ଜାମିନ୍ ଖାରଜ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ହେଲା ଖାରଜ । ଜାମିନ୍ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨  । ବୁଥ୍ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । 

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା। ଏଭଳି କିଛି ସାଂଘାତିକ ଅଭିଯୋଗ ଆଜି କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ।

ଅଧିକ ପଢ଼ନ୍ତୁ: କୁଆଡ଼େ ଆସିଛ..ଆମ ଗାଁ ପାଇଁ କ’ଣ କରିଛ..ଏଯାଏଁ କେଉଁଠି ଥିଲ..?

ତେବେ ଆଜି ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ପୋଲିସ୍ ଦୁର୍ବବ୍ୟହାର ଓ ଅତ୍ୟାଚାର କରିଥିବା ପୀତାମ୍ବର ଅଭିଯୋଗ କରିଛନ୍ତି । ପ୍ରଶାନ୍ତଙ୍କୁ ଥାନାରେ ତଳେ ବସାଇଥିଲା ଏପରିକି ପାଣି ବି ପିଇବାକୁ ଦେଇନଥିଲା । ପୋଲିସ୍ ଖୋଲାଖୋଲି ଭାବେ ସମସ୍ତ ନିୟମ କାନୁନକୁ ଉଲଂଘନ କରିଥିଲା ବୋଲି କହିଥିଲେ ।

ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଛି । କିନ୍ତୁ ସିସିଟିଭି ଫୁଟେଜ୍ କହୁଛି ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି । ସିସିଟିଭି ଫୁଟେଜ୍ ଜାରି କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼ । ହୋ ହଲ୍ଲା ବି ଜାରି ରହିଛି । ଏହାରି ଭିତରେ ଜଗଦ୍ଦେବ ଲୋକସଭା କମ୍ପାର୍ଟମେଣ୍ଟରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା।

ଅଧିକ ପଢ଼ନ୍ତୁ: ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

ବିଧାନସଭା ଇଭିଏମ୍ କମ୍ପାର୍ଟମେଣ୍ଟ ଭାଙ୍ଗୁଥିବା ବେଳେ ଜଗଦ୍ଦେବ ସେଠାରୁ ବହୁ ଦୂରରେ ଥିଲେ । ଏଠି ପ୍ରଶ୍ନ, ବୁଥ୍ ଭିତରେ ଏତେ ସଂଖ୍ୟକ ଲୋକ ପଶିଲେ କେମିତି ? ଏଭଳି ଭିଡ଼ରେ ମତଦାନ କେମିତି ଚାଲିଥିଲା ? ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ମୁତୟନ ପୋଲିସ୍ କରୁଥିଲା କଣ ? ପ୍ରିଜାଇଡିଂ ଅଫିସର୍ ଉତ୍ତେଜନାମୂଳକ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ତୁରନ୍ତ କାହିଁକି ଫୋର୍ସ ଡକାଇଲେନି ?

ଗୋଟିଏ ପଟେ ଅପରାଜିତା ସିସିଟିଭି ଫୁଟେଜ୍‌କୁ ସାର୍ବଜନୀନ କରି ରାଜ୍ୟ ସରକାରକୁ ଘେରିଥିବା ବେଳେ ସରକାରୀ ଦଳ କିନ୍ତୁ ଅଜବ ଯୁକ୍ତି ରଖିଛି । ଅପରାଜିତାଙ୍କ ଅଭିଯୋଗର ସିଧାସଳଖ ଉତ୍ତର ନଦେଇ ବିଜେପି ଗୁଣ୍ଡାଙ୍କ ଦଳ ବୋଲି କହି ସେଇ ପୁରୁଣା ରେକର୍ଡକୁ ବଜାଇଛି । ଅନ୍ୟପଟେ ଖୋର୍ଦ୍ଧା ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍ ଆମର ହସ୍ତଗତ ହୋଇନି । ଆମେ ସିସିଟିଭି ଫୁଟେଜ ମାଗିଛୁ । ପ୍ରଶାନ୍ତଙ୍କ ଓକିଲଙ୍କ ପ୍ରତିକ୍ରିୟା ହେଲା ଏହା ନିଶ୍ଚିତ ଭାବେ ଏକ ଷଡଯନ୍ତ୍ର।

OTV is now on Whatsapp

Join and get latest news update delivered to you via whatsapp

Join Now