• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟଙ୍କାର ମୋହ ମଣିଷକୁ ଅମଣିଷ କରିପାରେ । କିଛି ବି ଅପରାଧ ଘଟାଇପାରେ । ଟଙ୍କା ପାଇଁ ଆଜିକାଲି ଭାଇ, ଭାଇକୁ ପଚାରୁନି; ପୁଅ, ବାପାକୁ ପଚାରୁନି । ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ବର୍ତ୍ତମାନର ଯୁଗରେ ଟଙ୍କା ପାଲଟିଛି ସବୁକିଛି । ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ପିଟି ପିଟି ମାରି ଦେଇଛି ନୃଶଂସ ସ୍ୱାମୀ । ଏପରି ଏକ ଘଟଣା ନୟାଗଡ଼ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଘଟଣାକ୍ରମରେ, କୁନି ପୁଅ ସାମ୍ନାରେ ପିଟି ପିଟି ମାରିଦେଲେ ମାଆକୁ । ପାରିବାରିକ କଳହର କରୁଣ ପରିଣତି । ଟଙ୍କା ପାଇଁ ବୋହୁକୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତକ ଜଣକ ହେଲେ ପଦ୍ମିନୀ ପ୍ରଧାନ । ସେ ଶିକ୍ଷୟିତ୍ରୀ ଭାବେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ।

ଅଧିକ ପଢ଼ନ୍ତୁ: କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

ଟଙ୍କା କାରବାରକୁ ନେଇ ପତ୍ନୀଙ୍କୁ ସ୍ୱାମୀ, ଦିଅର ଏବଂ ଶାଶୁ ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଟଙ୍କା ପାଇଁ ପ୍ରାୟ ସବୁବେଳେ ପାରିବାରିକ କଳହ ଲାଗି ରହୁଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ତପନ ସ୍ୱାଇଁଙ୍କ ସମେତ ଶାଶୁଘର ଲୋକେ ତାଙ୍କୁ ପିଟି ପିଟି ହତ୍ୟା କରି ଘରେ ପକାଇ ଦେଇଥିବା ବାପ ଘର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି ।

ଏପରି ସଙ୍ଗୀନ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ବୋଲି ପୋଲିସ କହିଛି । ସେପଟେ ସ୍ୱାମୀକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି । ଏହା ସହ ଦିଅର ସମେତ ଅନ୍ୟମାନେ ଫେରାର ଥିବା ଜଣାପଡିଛି । ଘଟଣା ନେଇ କ୍ୟାମେରା ସାମ୍ନାରେ ସତ ବଖାଣିଛି ପଦ୍ମିନୀଙ୍କ କୁନି ପୁଅ ।

ବାପା ଓ ଦାଦା ମିଶି ମା’କୁ ହତ୍ୟା କରିଥିବା କଥା କହିଛି କୁନିପୁଅ । ମୁଣ୍ଡକୁ ମାଡ଼ ମାରି ଜୀବନରୁ ମାରିଦେବା ପରେ ଫ୍ୟାନ୍‌ରେ ଉଭୟ ଝୁଲାଇ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଗୋଟେ ଶିକ୍ଷିତ ପରିବାରରେ ଘଟିଛି ଏହି ଘଟଣା । ଝିଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ । ପେଟ କାଟି ଯାହାକୁ ଜନ୍ମ ଦେଇଥିଲେ, ଏଡ଼ିକିଟିଏରୁ ଏତେ ବଡ଼ କରିଥିଲେ; ସେହି ଝିଅ ଆଜି ଶବ ପାଲଟିଯାଇଛି ।

ଅଧିକ ପଢ଼ନ୍ତୁ: ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

କେତେ କଷ୍ଟ ସହି ଝିଅକୁ ପାଠ ପଢ଼ାଇ ଶିକ୍ଷୟତ୍ରୀ କରାଇଥିଲେ । ଭାବିଥିଲେ ସମାଜରୁ ଅଶିକ୍ଷାର ଅନ୍ଧକାର ଦୂର କରିବ । କିନ୍ତୁ ନିଜ ପରିବାର ହିଁ ସାଥ୍ ଦେଲାନି । ସାରିଦେଲା ସବୁକିଛି । ଯିଏ ସାତ ଜନ୍ମ ପାଇଁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲା, ସେହି ସ୍ୱାମୀ ହିଁ ପାଲଟିଗଲା ସୈତାନ । ପିଟି ପିଟି ମାରି ଦେଲା । ଝିଅକୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି ପୂରା ପରିବାର ।

Rephrase with Ginger (Ctrl+Alt+E)

OTV is now on Whatsapp

Join and get latest news update delivered to you via whatsapp

Join Now