Advertisment

ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

ବିଜେଡି ମାର୍କା ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା ! କେତେ ବେଳେ କାହା ଉପରେ ବି ହୋଇପାରେ ଆକ୍ସନ! କୁଟ୍ଟେ ଆଉ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ହାତବାରିସୀ ବାବୁଙ୍କ ଛାତି ଧଡ଼ଧଡ଼।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

BJD

ସାବାଡ୍ ହେବେ ବିଜେଡି ମାର୍କା ବାବୁ। କୁଟ୍ଟେ ଏବଂ ଆଶିଷ ସିଂଙ୍କ ଉପରେ ଆକ୍ସନ ପରେ ବିଜେଡି ମାର୍କା ବାବୁଙ୍କ ମନରେ ଏବେ କୋକୁଆ ଭୟ। ଗତକାଲି ଦିଲ୍ଲୀ ଆବାସିକ କମିଶନଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିଛନ୍ତି ନିଲମ୍ବିତ ଆଇପିଏସ୍ ଡି.ଏସ୍. କୁଟ୍ଟେ। ଆଉ ଏପଟେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଏମ୍ସରେ ଆଶିଷ ସିଂଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେପଟେ ପୁଣି ଗତକାଲି ସୁଜାତା କାର୍ତ୍ତିକେୟନଙ୍କ ;ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ତେଣୁ ଆଗକୁ କାହା ପାଳି ପଡୁଛି ତାକୁ ନେଇ ଅନେକ ଚର୍ଚ୍ଚା।

Advertisment

ବିଜେଡି ମାର୍କା ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା ! କେତେ ବେଳେ କାହା ଉପରେ ବି ହୋଇପାରେ ଆକ୍ସନ! କୁଟ୍ଟେ ଆଉ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ହାତବାରିସୀ ବାବୁଙ୍କ ଛାତି ଧଡ଼ଧଡ଼। ଏମାନଙ୍କ ପରେ ପଡିବ କାହା ପାଳି? ଆଉ କେଉଁ କେଉଁ ଅଧିକାରୀ ଅଛନ୍ତି ଏମାନଙ୍କ ଚେନ୍ ରେ? ନିର୍ବାଚନ କମିଶନ୍ ପାଇଥିବା ତଥ୍ୟ ପ୍ରମାଣରେ ଆଉ କାହା ନାଁ ରହିଛି କି? ଏମିତି କିଛି ଚର୍ଚ୍ଚାକୁ ନେଇ ଏବେ ହଲଚଲ ରାଜ୍ୟ ରାଜନୀତି।

ଅଧିକ ପଢ଼ନ୍ତୁ: ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ...

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ସକାଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସ ପହଞ୍ଚିଥିଲେ IPS ଆଶିଷ ସିଂ। ପ୍ରାୟ ୪ ଘଣ୍ଟା ଧରି ୬ ଜଣିଆ ମେଡିକାଲ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲା। ମେଡିକାଲ ଲିଭ୍ ଦେଖାଇ ଛୁଟିରେ ଥିବା ଆଶିଷ ସିଂଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ଅନ୍ୟପଟେ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରିପୋର୍ଟ କରିଛନ୍ତି ଆଇପିଏସ୍ D.S. କୁଟ୍ଟେ। ୨ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା କୁଟ୍ଟେଙ୍କୁ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ। ଏହା ସହ ବୁଧବାର ୩ଟା ସୁଦ୍ଧା ଦିଲ୍ଲୀ ଆବାସିକ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା।

ଗତକାଲି ପୁଣିଥରେ ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ଯଦିଓ ପୂର୍ବରୁ ବିଜେପି ଅଭିଯୋଗ ପରେ ତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି କରାଯାଇଛି, ତା ସତ୍ତ୍ୱେ ବି ସୁଜାତା ନିର୍ବାଚନ କାର୍ଯ୍ୟରେ ଲିପ୍ତ ଥିବା, ହିଂସା ଉସୁକାଉଥିବା ଦଳ ଅଭିଯୋଗ କରିଛି। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ତାଙ୍କୁ ରାଜ୍ୟ ବାହାରକୁ ପଠାଇବାକୁ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି।

ଅନ୍ୟପଟେ ଓଡ଼ିଶା ପାୱାର କରିଡରର ଦୁଇ ହେଭିୱେଟ ବାବୁଙ୍କ ଉପରେ ଇସିଆଇ ଛାଟକୁ ନେଇ ଏବେ ହଲଚଲ ରାଜ୍ୟ ରାଜନୀତି। ପ୍ରଶ୍ନ ହେଉଛି କେଉଁ କାମରେ ଲାଗିଥିଲେ ଏ ବାବୁମାନେ। ଇସିଆଇଙ୍କ ପାଖରେ ଲାଗିଛି କେଉଁ ପ୍ରମାଣ। ଅନ୍ୟପଟେ ବିଜେପି ନେତା ତଥା ପୂର୍ବତନ ବିଜେଡି ନେତା ପ୍ରମୋଦ ରଥ ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ୨୦୧୯ରେ ତାଙ୍କ ଟିକେଟ କଟିବା ପରେ, ଡିଏସ୍ କୁଟ୍ଟେ, ଆଶିଷ ସିଂ ଏବଂ ପାଣ୍ଡିଆନ ତାଙ୍କୁ ଥାର୍ଡ ଫ୍ଳୋର୍‌କୁ ଡାକି ଡିଲ୍ କରିଥିଲେ। ଅନ୍ୟପଟେ କିନ୍ତୁ ଅଧିକାରୀଙ୍କ ସପକ୍ଷରେ ବାହାରିଛି ବିଜେଡି।

ପ୍ରଥମ ଥର ପାଇଁ ନିର୍ବାଚନ କମିଶନ୍ ଓଡ଼ିଶାରେ ଏମିତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଆଗକୁ ଏହି ତ୍ରିମୂର୍ତ୍ତିଙ୍କ ନେଟୱାର୍କରେ ଥିବା ଆଉ କେଉଁ ସରକାରୀ ବାବୁ ଫସୁଛନ୍ତି, ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌-ଟିଭି ତାର କାଟିଲା କିଏ ?

BJD Odisha Politics General Election 2024
Advertisment
Advertisment