Advertisment

ତଥାଗତଙ୍କ ତେର୍ଚ୍ଛା ବାଣ, କହିଲେ ବହୁତ ଡେରି ହୋଇଗଲାଣି..

ମୁଖ୍ୟମନ୍ତ୍ରୀଙ୍କ ANI ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ପାଣ୍ଡିଆନ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ।

author-image
Manoranjan Behera
ଅଦ୍ୟତନ ହୋଇଛି
Tathagata Satpathy On CM naveen remarks

Tathagata Satpathy

ଭି.କେ.ପାଣ୍ଡିଆନ ନୁହଁନ୍ତି ମୋ ଉତ୍ତରାଧିକାରୀ। ଆଜି ANIକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଏହି ମନ୍ତବ୍ୟ ଉପରେ ଏକ୍ସ ଜରିଆରେ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ତେର୍ଚ୍ଛା ବାଣ ମାରିଛନ୍ତି। ‘ଟୁଉଉଉଉ ଲେଟ୍‌’ ବୋଲି ଲେଖି ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ତଥାଗତ। ନବୀନଙ୍କ ପ୍ରତିକ୍ରିୟାକୁ ବହୁ ବିଳମ୍ବ ବୋଲି ଉଲ୍ଲେଖ କଲେ ତଥାଗତ।

Advertisment

ମୁଖ୍ୟମନ୍ତ୍ରୀଙ୍କ ANI ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ପାଣ୍ଡିଆନ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ। ସେହିପରି ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ରଖି ନବୀନ କହିଛନ୍ତି, ଏଥର ବି ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ। ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠ ପାଇବୁ ବୋଲି କହିଛନ୍ତି ନବୀନ। ଏହାବ୍ୟତୀତ ଆଗକୁ କୌଣସି ଦଳକୁ ସମର୍ଥନ ସପର୍କିତ ପ୍ରଶ୍ନରେ ନବୀନ କହିଛନ୍ତ, ରାଜନୀତିରେ କାହାପ୍ରତି ଆକ୍ରୋଶ ନାହିଁ। ସାଧାରଣ ଜୀବନରେ କାହାପ୍ରତି କେବେ ସେ ଆକ୍ରୋଶ ଦେଖାଇନାହାଁନ୍ତି। ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନବୀନ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ଉତ୍ତରାଧିକାରୀ ମନ୍ତବ୍ୟକୁ କାଉଣ୍ଟର କଲେ ବୈଜୟନ୍ତ...

ତେବେ ଏହି ତମାମ ମନ୍ତବ୍ୟ ଭିତରେ ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନଙ୍କ ଉକ୍ତିକୁ ନେଇ ଉଠୁଛି ନାନା ପ୍ରଶ୍ନ। ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସ୍ପଷ୍ଟ ଭାବେ କହିବା ପଛର କାରଣ କଣ ? ଯେହେତୁ ପାଣ୍ଡିଆନଙ୍କ ପ୍ରତି ବିରୋଧ ବଢୁଛି ଏବଂ ପାଣ୍ଡିଆନ ଦଳକୁ କବଜା କରି ରଖିଛନ୍ତି ବୋଲି ବି ବାର୍ତ୍ତା ଯାଇଛି। ତେଣୁ ନବୀନଙ୍କ ଛବି ଉପରେ ବି ଆଞ୍ଚ ଆଣୁଥିବାରୁ ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଲେ କି ? ଯଦି ପାଣ୍ଡିଆନ୍ ଉତ୍ତରାକାରୀ ନୁହଁନ୍ତି, ତେବେ ଦଳରେ ବରିଷ୍ଠ ନେତା ଥାଉ ଥାଉ କାହିଁକି ନବୀନଙ୍କ ପାଖରେ କେବଳ ପାଣ୍ଡିଆନଙ୍କୁ ହିଁ ଦେଖିବାକୁ ମିଳୁଛି ? ତେବେ ଏ ସଂପର୍କିତ ପ୍ରଶ୍ନ କିନ୍ତୁ ନା ପଚରାଯାଇଥିଲା ନା ନବୀନ ନିଜେ ଉତ୍ତର ରଖିଥିଲେ।

ଅଧିକ ପଢ଼ନ୍ତୁ: ଅଶ୍ୱିନୀ ପ୍ରମାଣ ଦେଲେ, BJD ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଭଣ୍ଡାଉଛି !

ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କହିବା ପ୍ରସଙ୍ଗରେ କାଉଣ୍ଟର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି। ତାଙ୍କ ମାଇକ୍‌ ଧରିବାଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ବି କରୁଛି। ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି। ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦିଅନ୍ତି ତେବେ ତାଙ୍କ ଭୋଟ୍‌ ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ।

Rephrase with Ginger (Ctrl+Alt+E)
BJD VK Pandian Tathagata Satpathy General Election 2024 CM Naveen Patnaik Odisha Politics
Advertisment
Advertisment