• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Konak
“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି

Gumudumaha
ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ, ହେଲେ ଏବେ ବି ମିଳିନି ନ୍ୟାୟ

ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ । ଏହି ଦିନି ସୁରକ୍ଷା କର୍ମୀଙ୍କ ଗୁଳିରେ ୧୩ ମାସର ଶିଶୁ ସମେତ ୫ଜଣ ନିରୀହଙ୍କ ଯାଇଥିଲା ଜୀବନ ।

child touture
୭ବର୍ଷର ଶିଶୁକୁ ନିର୍ଯାତନା ଘଟଣା : ଔଷଧ ଓ ଖାଦ୍ୟ ଦେବା ସହ ଯତ୍ନ ନେଉଛି ଚାଇଲ୍ଡ ହେଲ୍ପ ଲାଇନ

ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ । ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲେ ଆଖିରେ ଲୁହ ଆସିଯିବ । କେତେବେଳେ ତାକୁ ଗରମ ପାଣିରେ ବୁଡାଇ ଦିଆ ଯାଉଥିଲା ଆଇ କେତେବେଳେ ନିର୍ଘାତ ମାଡ଼ ପଟୁଥିଲେ ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ଭାତ ।

Bhubaneswar DCP
ସାଇବର୍‌ ଲୁଟେରାଙ୍କଠାରୁ କେମିତି ପାଇବେ ରକ୍ଷା? ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୋଲିସ

ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।

Bishweswar tudu
ଆଦିବାସୀ ବହୁଳ ଜିଲ୍ଲାରୁ ପାର୍ଲାମେଣ୍ଟ୍ : ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶେଶ୍ୱର ଟୁଡୁ

ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମନ୍ତ୍ରାଳୟରେ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି ।

Soumendra Priyadarshi
ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍, ୩୯ ଲକ୍ଷରୁ ଫେରିଲା ୨୫ ଲକ୍ଷ

ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା

Ratha Jatra
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।

pakhala-boosts-immunity
ପଖାଳ ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ପଖାଳ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି । ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି । ପଖାଳରର ତୋରାଣୀରେ ଏସଇଏଫଏ ଉପାଦାନ ଥିବା ସହ ଲାକ୍ଟୋବାସିଲସ୍ ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।  ବିଶେଷ କରି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣ ବିରୋଧରେ ଭଲ କାମ ଦିଏ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ ।

Aparajita Sarangi
ଅଶ୍ୱିନୀ ମୋର ବ୍ୟାଚ୍‌ମେଟ୍‌ ସହ ଭଲ ସାଙ୍ଗ: ସାଂସଦ ଅପରାଜିତା

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

Builder Arrested
ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି।

Family Problem
କରୋନା ପାଇଁ ଜୀବିକା ହରାଇଲେଣି କାରିଗର

ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି ।

basudevpur
ଆର ପାରିରେ ସ୍ୱାମୀ, ଘର ଚଳାଇବା ପାଇଁ ଗାଁ ଗାଁ ବୁଲି ସାଇକେଲରେ ଶାଢୀ ବିକୁଛନ୍ତି ମହିଳା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଂଚାୟତର କୃଷ୍ଣନଗର ପଟଣା ଗାଁର ଶୁଭଲକ୍ଷ୍ମୀ ଓଝା । ପରିବାର କହିଲେ ଦୁଇ ପୁଅ । ମଧୁମେହ ରୋଗରେ ଆକ୍ରାନ୍ତହୋଇ ମହେଶ୍ୱର ଦୁଇବର୍ଷ ତଳେ ଆରପାରିକୁ ଚାଲିଗଲେ । ଧାର ଉଦ୍ଧାର କରି ଚିକିତ୍ସା କରିଥିଲେ ବି ସ୍ୱାମୀକୁ ବଂଚାଇ ପାରିନଥିଲେ ଶୁଭଲକ୍ଷ୍ମୀ । ସାନପୁଅ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ସାରାଦିନ ବିଛଣାରେ ଶୋଇ ରୁହେ । ତେବେ ପିଲା ମାନଙ୍କ ମୁହଁକୁ ଚାହିଁ ଛାତିର କୋହ ଓ ଆଖିର ଲୁହକୁ ଚାପି ରଖି ସେ ଆଗକୁ ବଢିବାର ପଣ କରିଲେ ।

ରଥ ଯାତ୍ରା 2021
ରଥଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ

ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ

E-Lecture programme
ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର୍‌ ବ୍ୟବସ୍ଥା ଲୋକାର୍ପଣ

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଇ-ଲେକ୍‌ଚର୍‌ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।

Odisha’s Tribal Youtuber
ଦିନ ମଜୁରିଆରୁ ଲକ୍ଷପତି ୟୁଟ୍ୟୁବର୍ ଇସାକ୍ ମୁଣ୍ଡା

ଇସାକ୍ ମୁଣ୍ଡା ସଉକରେ ଗୋଟିଏ ଭିଡିଓ କରି ନିଜର ୟୁଟ୍ୟୁବ୍ ଆକାଉଣ୍ଟରେ ଅପଲୋଡ୍ କରିଥିଲେ। ସେ ଚିନ୍ତା କରିନଥିଲେ ତାଙ୍କ ଭିଡିଓ ଗୁଡ଼ିକୁ ବହୁତ୍ ଲୋକ ପସନ୍ଦ କଲେ। ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

mask
ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

pregnant women
ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ତିଆରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।

bamboo ornament
ବିଦେଶରେ ବିକ୍ରି ହେବ ଆଦିବାସୀ ମହିଳାଙ୍କ ବାଉଁଶ ତିଆରି ଗହଣା

ରାୟଗଡା ଜିଲ୍ଳା ବଡ ଚାନ୍ଦିଲୀ ଗ୍ରାମର ଆଦିବାସୀ ଯୁବତୀ ମାନେ ତିଆରି କରୁଛନ୍ତି ଏଭଳି ଗହଣା । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ସାଇଜରେ କାଟିବା ପରେ ତାକୁ ପଲିସ କରୁଛନ୍ତି । ଆଉ ସେଥିରେ ରଙ୍ଗଦେଇ ଆବଶ୍ୟକ ମୁତାବକ ହାତତି ଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଗଳାହାର, ଚୂଡି, କାନଫୁଲ, ହେୟାର କ୍ଲିପ ଠାରୁ ଆରମ୍ଭ କରି ରାକ୍ଷୀ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା ମାନେ ।

Ashwini Vaishnaw
ସାଧାରଣ ଲୋକଙ୍କ ପାଖରେ ଯେପରି ରେଳ ମନ୍ତ୍ରାଳୟ ସୁଫଳ ପହଞ୍ଚି ପାରିବ ସେଥିପାଇଁ କାମ କରିବି-ଅଶ୍ୱିନୀ ବୈଷ୍ଣବ

ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ  ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି।

 social worker from cuttack
ଅନାଥ କୁନି ଝିଅକୁ କୋଳେଇ ନେଇଥିଲେ, କନ୍ୟା ଦାନ କଲେ

ମହାମାରୀ ସମୟରେ ସତୀଚଉରା ମଶାଣିରେ ଶହଶହ କରୋନା ମୃତବ୍ୟକ୍ତିଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିଲେ କଟକର ବିଭୂତି ରାୟ। ଏବେ ପୁଣି ଏକ ନିଆରା କାର୍ଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।

rainfall
ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Mask
 ରାଜ୍ୟରେ ଚିହ୍ନଟ ହେଲେ ୨,୫୪୨ ନୂଆ କରୋନା ସଂକ୍ରମିତ; ୫୭ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି।

Ashwini Vaishnav
ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ।

Youtube Education
ୟୁଟ୍ୟୁବ୍‌ରେ ପାଠ ପଢ଼ାଯାଉଛି. ହେଲେ କେତେ ପିଲା ପାଉଛନ୍ତି ଶିକ୍ଷା?

ମହାମାରୀ ଯୋଗୁଁ ୟୁ-ଟ୍ୟୁବ୍‌ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ରାଜ୍ୟର ବହୁ ଉପାନ୍ତ ଅଞ୍ଚଳରେ ଏହି ଅନ୍ଲାଇନ୍ ଶିକ୍ଷାରେ ବାଧକ ସାଜିଛି ଭିତ୍ତିଭୂମିର ଅଭାବ। ଏଭଳି ସ୍ଥିତିରେ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ କମ୍ୟୁନିଟି ଶିକ୍ଷାଦାନ ବ୍ୟବସ୍ଥା ଆପଣେଇଛି ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ। ଅପରପକ୍ଷରେ ଏବେ ଏସ୍ସିଇଆର୍ଟି ନିର୍ଦ୍ଦେଶାଳୟର ଅଲ୍ଟରନେଟ୍ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ୍ ଜରିଆରେ ପ୍ରାୟ ଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ଶିକ୍ଷା ପାଇଁ ବି ପ୍ରୟାସ ଆରମ୍ଭ ହୋଇଛି।