ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ
IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି
ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା
ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି
ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ।
ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..
ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ, ହେଲେ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଛୁଆ ଉପରକୁ ବିପଦ ଆସିଲେ ବାପାମା’ ପାଚେରି ଭଳି ଛିଡ଼ା ହୋଇଥାନ୍ତି। ଛୁଆକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ଜଣେ ମା’ର ଜୀବନ ଚାଲି ଯାଇଛି।
ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।
ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି।
ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ପୁରୀ ସହର ପାଇଁ ସଟ୍ଡାଉନ୍ ନିୟମ ଲାଗୁ ହେବନି। ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ରାଜ୍ୟରେ ଚିନ୍ତା ବଢାଇଛି କରୋନା ମୃତ୍ୟୁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି। ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି।
ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସେହିପରି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ। ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନରେ ଏମଡ଼ି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ କରିଥିଲେ। ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ
ରାଜଧାନୀର ଜଣେ ରସିକିଆ ବିଲ୍ଡରଙ୍କ ରୋଚକ କାହାଣୀ । ଯାହାଙ୍କ ପାଇଁ ବିବାହ ଏକ ବେପାର । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ଛନ୍ଦୁଥିଲେ ଜାଣିଶୁଣି ।
କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଙ୍କ ଜୋର୍ ।
କରୋନା କାଳରେ ଚାରିଆଡ଼େ ଖୋଜା ପଡ଼ିଛି ଇମ୍ୟୁନିଟି, ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଥିବା ବାସି ପଖାଳରେ ଇମ୍ୟୁନିଟିର ପୂରା ଗନ୍ତାଘର। ହଁ... ଗାଲୁଗପ ନୁହେଁ, ଇଏ ଗବେଷଣାର କଥା ଜଣାପଡ଼ିଛି, ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ, ଏହା କରୋନାରୁ ବର୍ତ୍ତିବାକୁ ବି ସାହାଯ୍ୟ କରିପାରେ
ଶିଳ୍ପ ବିକାଶକୁ ତ୍ୱରାନ୍ୱିତ ଲାଗି ଏହି କ୍ଷେତ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂକଟମୁକ୍ତ କରିବା ପାଇଁ ରାଣେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ତେଣେ ନିଜ ବାପା ମାଧବରାଓ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସନ୍ଧ୍ୟାରେ ଶପଥ ଗ୍ରହଣ । ରାତିରେ ବିଭାଗ ବଣ୍ଟନ ଓ ସକାଳୁ ସକାଳୁ ଦାୟିତ୍ୱ ଗ୍ରହଣ । ଆଜି ଦିନ ତମାମ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ନବନିଯୁକ୍ତ କେନ୍ଦ୍ରମନ୍ତ୍ରୀ ।
ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l ସରକାରଙ୍କ ନିକଟରେ ରଖିବା ବଡ଼ ଦାବି ।
ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି।
ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ ।