Advertisment

ପଖାଳ ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ପଖାଳ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି । ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି । ପଖାଳରର ତୋରାଣୀରେ ଏସଇଏଫଏ ଉପାଦାନ ଥିବା ସହ ଲାକ୍ଟୋବାସିଲସ୍ ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।  ବିଶେଷ କରି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣ ବିରୋଧରେ ଭଲ କାମ ଦିଏ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ ।

author-image
Prangyan Parimita
ଅଦ୍ୟତନ ହୋଇଛି
ପଖାଳ ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

pakhala-boosts-immunity

ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳ ଖାଇଲେ ବୃଦ୍ଧି ପାଉଛି ରୋଗ ପ୍ରତିରୋଧକାରୀ ଶକ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି । ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ଆକର୍ଷଣ ପଖାଳର ତୋରାଣୀରେ ଥିବା ଫ୍ୟାଟି ଏସିଡ୍ ଅନେକ ଉପକାରୀ ବୋଲି ଜଣାପଡିଛି । ଏମ୍ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ପଖାଳ ଉପରେ ଏହି ଗବେଷଣା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାରର ବାସି ପଖାଳ ଓ ତୋରାଣୀ ସଂଗ୍ରହ କରି ସେଗୁଡିକ ଉପରେ ଗବେଷଣା କରାଯାଇଥିଲା ।

Advertisment

ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ପଖାଳ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି । ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି । ପଖାଳରର ତୋରାଣୀରେ ଏସଇଏଫଏ ଉପାଦାନ ଥିବା ସହ ଲାକ୍ଟୋବାସିଲସ୍ ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।  ବିଶେଷ କରି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣ ବିରୋଧରେ ଭଲ କାମ ଦିଏ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ ।

Advertisment

ଖାଲି ସେତିକି ନୁହେଁ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ହିଁ କେବଳ ପଖାଳ ଭାତରେ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ ଶରୀରରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ, ତାହା ଦୂରେଇ ଯାଇଥାଏ । ୧୦୦ ଗ୍ରାମ ଭାତରେ ଆଇରନର ମାତ୍ରା ୩.୪ ମିଲିଗ୍ରାମ ଥାଏ। ଯଦି ଏଥିରେ ପାଣି ମିଶାଇ ଅତିକମରେ ୧୨ ଘଣ୍ଟା ଭିଜାଇ ରଖାଯାଏ, ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇ ଯାଇଥାଏ।

ଖରା ଦିନରେ ଓଡ଼ିଆ ଘର ମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଖିଆ ଯାଇଥାଏ । ସାଧାରଣତଃ ସକାଳେ ଅଧିକାଂଶ ଲୋକ ପଖାଳ ଖାଇଥାନ୍ତି। ଖରାଦିନରେ ଖରାବେଳେ, କେହି କେହି ଉପର ଓଳି ମଧ୍ୟ ଖାଇ ଥାଆନ୍ତି ।

Pakhala
Advertisment
Advertisment