ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ଗୁଡିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ହଟ୍ସ୍ପଟ୍ ଜିଲ୍ଲା ଗୁଡିକରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିଲେ,ସମ୍ପୃକ୍ତ ହସ୍ପିଟାଲ ଓ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତାବନୀ ଦେଇଛନ୍ତି। କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ନ କରିବା ନୀତିଗତ ଭୁଲ୍ ଓ ବେଆଇନ୍। ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ଚିକିତ୍ସା କରୁ […]
ପାରାଦୀପ: ୨୨ଦିନ ସଟ୍ଡାଉନ୍ ହେବ ପାରାଦୀପ IOCL। ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏ ପାରାଦୀପ ସ୍ଥିତ IOCL ତୈଳ ବିଶୋଧନାଗାରକୁ ସଟ୍ଡାଉନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ IOCLକୁ ସଟ୍ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ୨୦୧୮ ମାର୍ଚ୍ଚ ପରଠୁ ଏଯାବତ ମେଣ୍ଟେନାନ୍ସ କାର୍ଯ୍ୟ ହୋଇନାହିଁ। ତେଣୁ ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। […]
ଭୁବନେଶ୍ୱର: ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ଆସିଥିବା ପ୍ରାୟ ୭୭ ଲକ୍ଷ ଟଙ୍କା ହେରଫେର ଘଟଣାର ପର୍ଦ୍ଦାଫାଶ ଓଟିଭିରେ ହେବା ପରେ ରେଞ୍ଜର ଅଜୟ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଭୁବନେଶ୍ୱର RCCFକୁ ବଦଳି କରାଯାଇଛି। ସୂଚନାଥାଉ କି, ଅଜୟ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ, ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ଉତ୍ତମ ଗଡ଼ନାୟକଙ୍କୁ ବାଲୁଗାଁ ରେଞ୍ଜକୁ ବଦଳି କରାଯାଇଛି ଏବଂ ରଣପୁର ଫରେଷ୍ଟ ରେଞ୍ଜର ଶରତ […]
ବଲାଙ୍ଗିର: ବଲାଙ୍ଗିରରେ ଆଜି ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଟିଭି ସାମ୍ବାଦିକ ଅଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗିରରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨୪୬ଜଣ ସୁସ୍ଥ ହୋଇଥିବାବେଳେ ୩୬ଜଣ ଚିକିତ୍ସାଧୀନ ଅଛନ୍ତି।
ବାଙ୍କୀ: କଟକ ଜିଲ୍ଲା ବାଙ୍କି ଟାଉନରେ ଚର୍ଚିକା ସାହି ଭିତରେ ଆଜି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ଅନୁଯାୟୀ, ଚର୍ଚିକା ସାହି ଭିତରେ ଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଆଜି ୧୧ଟା ବେଳେ ହଠାତ୍ ବିସ୍ଫୋରଣ […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୩ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଛନ୍ତି। ୧୩୯ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।