Advertisment

ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

Builder Arrested

ଭୁବନେଶ୍ୱର: ପୋଲିସ କବଜାରେ ରସିକିଆ ବିଲିଡର। ଜଣେ ପରେ ଜଣେ ଯୁବତୀଙ୍କୁ ବିବାହ କରି ଦେଉଥିଲା ଧୋକା। ଧନୀ ଶ୍ରେଣୀର ଯୁବତୀଙ୍କୁ ଫସାଇ ବିବାହ କରି ପ୍ରତାରଣ କରୁଥିଲା। ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ଥାନା ଓ ମହିଳା ଥାନାରେ ପୃଥକ ଭାବେ ୨ ଜଣ ଯୁବତୀ ଏତଲା ଦେବା ପରେ ପୋଲିସ ହାତରେ ଧରାପଡ଼ିଛି ରସିକିଆ ବିଲଡର। ସୂଚନା ଅନୁସାରେ, ପ୍ରିୟବ୍ରତ ମିଶ୍ର ବିଭିନ୍ନ ଉପାୟରେ ଝିଅଙ୍କ ସହ ସଂପର୍କ ସ୍ଥାପନ କରି ବିବାହ କରୁଥିଲା। ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି। ଜଣେ ଯୁବତୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ବେଳେ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଜୀବନ ସହ ଖେଳିଥିବାରୁ ପ୍ରିୟବ୍ରତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହାସହ ସେମାନଙ୍କର ସମସ୍ତ ଜିନିଷ ଓ ଟଙ୍କା ଫେରାଇ ଦେବାକୁ ଦାବି କରିଛନ୍ତି।

Advertisment

ତେବେ ଗତକାଲି ଜଣେ ପୋଲିସ ଅଧିକାରୀଙ୍କ ନାଁରେ ଏହିପରି ଅଭିଯୋଗ ଆସିଥିଲା।  ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଥିଲା। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଥିଲା । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହିତ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଓଏପିଏଫ କର୍ମଚାରୀ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ପରବର୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଗର୍ଭ ନଷ୍ଟ କରିଥିବା ଅଭିଯୋଗ କରିଥିଲେ। ତେବେ ଆଜି ରାଜଧାନୀରୁ ଆସିଥିବା ଏପରି ଖବର ବେଶ୍‌ ଚର୍ଚ୍ଚାରେ ରହିଛି।

Advertisment
Bhubaneswar Odisha Crimes In Odisha
Advertisment
Advertisment