Advertisment

ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ଆସିପାରେ କରୋନାର ତୃତୀୟ ଲହର

mask

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ କରୋନାର ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Advertisment

ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ଶିଶୁଙ୍କ ଚିକିତ୍ସା ପାଇଁ ଅତିରିକ୍ତ ୩ ହଜାର ବେଡ୍‌ର ବ୍ୟବସ୍ଥା କରିଛନ୍ତି। ଏଥିମଧ୍ୟରୁ ୬୧୦ ଆଇସିୟୁ ରହିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡସ୍ତରୀୟ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଥିବା ପ୍ରଦୀପ୍ତ ମହାପାତ୍ର କହିଛନ୍ତି। 

ରାଜ୍ୟରେ ଟେଷ୍ଟିଂକୁ ବଢ଼ାଇବା ଲାଗି ୧୩ଟି ଜିଲ୍ଲାରେ ସ୍ୱାଧୀନତା ଦିବସ ସୁଦ୍ଧା RTPCR ଟେଷ୍ଟ ଲ୍ୟାବ୍‌ କାର୍ଯ୍ୟକ୍ଷମ କରାଯିବ। ଦ୍ୱିତୀୟ ଲହରରେ ଯେପରି ଦେଶରେ ଅମ୍ଲଜାନର ଅଭାବ ଦେଖାଦେଲା, ସେଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ୪୪ଟି ଅକ୍ସିଜେନ୍ ଓ ପିଏସ୍ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି। ECMO ଚିକିତ୍ସା ପ୍ରଦାନକୁ ଆହୁରି ସୁବିଧା କରିବା ଲାଗି କଟକ ବଡ଼ ମେଡିକାଲରେ ୯ଟି ECMO ମେସିନ ପ୍ରତିଷ୍ଠା କରାଯିବ। ଏଥିରୁ ୬ଟି ରାଜ୍ୟ ସରକାର କିଣୁ ଥିବାବେଳେ ୩ଟି ସିଏସ୍ଆର୍‌ ପାଣ୍ଠିରୁ ଅଣାଯିବ। ଏନେଇ ଜୁଲାଇ ୩୧ ସୁଦ୍ଧା ତାଲିମ କାର୍ଯ୍ୟ ଶେଷ ହେବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। 

Advertisment

ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଅନ୍ୟପକ୍ଷେ, ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦କୁ ବୃଦ୍ଧି ପାଇଛି। 

COVID19 Odisha COVID-19 Update Odisha COVID19 Updates
Advertisment
Advertisment