ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ଖାଉଟି ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗର ପ୍ରିଣ୍ଟର ଆବଶ୍ୟକତା ନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ହିତାଧିକାରୀମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କ ଖାଦ୍ୟ ସାମଗ୍ରୀ ଡିଲର ଠାରୁ ସଂଗ୍ରହ କରିପାରିବେ। କରୋନା ସଂକ୍ରମଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି। […]
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ଅନୁଯାୟୀ, ଡ୍ରାଇଭର ରାଜ କିଶୋର ନାୟକଙ୍କର ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା। କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା। […]
କଟକ: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କଲା ଜିଆରପି। କଟକ କାଜିବଜାର ସ୍ଥିତ ଘରକୁ ଯାଇ ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି। ଆଦିତ୍ୟ, ବିଦ୍ୟାଶ୍ରୀଙ୍କ ପାରିବାରିକ ଜୀବନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ଘଣ୍ଟାଏ ଧରି ଜେରା କରିଥିଲା ଜିଆରପି। ଜିଆରପିର ଡିଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପଚରାଉଚୁରା କରିଥିଲେ। ପୂର୍ବରୁ ଜିଆରପି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ […]
ଭୁବନେଶ୍ୱର: କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦୁର୍ନୀତିଗ୍ରସ୍ତ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟୁଥିବା କହିଛନ୍ତି ନିରଞ୍ଜନ। ଏଥିସହିତ କରୋନା ଅନେକ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରିଛି। ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି, ହେଲେ ପଦକ୍ଷେପ ଶୂନ୍ ବୋଲି ନିରଞ୍ଜନୟ କହିଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ କିଟ୍ ଗାଇଡଲାଇନ୍ […]
ଭୁବନେଶ୍ୱର: ରାଜଧାନୀକୁ ଚିନ୍ତା ଲୋକାଲ କେଶ୍। ଭୁବନେଶ୍ୱର ସହରରେ ଆଉ ୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୬। ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୪୯୪ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୬୨୪ ଆକ୍ଟିଭ କେସ୍ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। କେଉଁ ଅଞ୍ଚଳରୁ […]
ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି, ମୃତ ମହିଳା ପ୍ରିୟଙ୍କାଙ୍କ ସହ ମୋ ପୁଅ ଜଗନ୍ନାଥଙ୍କର ସମ୍ପର୍କ ଥିଲା। ବିବାହ ପୂର୍ବରୁ…